ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍। ଦେଶର ପ୍ରଥମ ସ୍ୱଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ‘ଫେଲୁଦା’କୁ ଡିସିଜିଆଇ (Drugs Controller General of India)ର ଅନୁମୋଦନ ମିଳିଛି।

ଟାଟା ଗ୍ରୁପ୍ ଓ ସିଏସ୍ଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟ୍‌ର କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି। ଏହା ପାରମ୍ପରିକ RT-PCR ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ RT-PCR ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ୍ ହୋଇପାରିବ।

ଏଥିସହ RT-PCR ଟେଷ୍ଟ୍ ପାଇଁ ପ୍ରାୟ ୫ ଘଣ୍ଟା ଲାଗୁଥିବା ବେଳେ ଏହି ପଦ୍ଧତିରେ ମାତ୍ର ଅଧଘଣ୍ଟା ଭିତରେ କୋଭିଡ୍ ହୋଇଛି କି ନାହିଁ ଜଣାପଡ଼ିଯିବ।

ଟାଟା ଗ୍ରୁପ୍ ଓ ସିଏସ୍ଆଇଆର୍ ପକ୍ଷରୁ ମାତ୍ର ୧୦୦ ଦିନ ଭିତରେ ଏହି ଟେଷ୍ଟ୍ କିଟ୍ ପ୍ରସ୍ତୁତ କରାଯାଇଛି।

The post ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍ appeared first on Odisha Reporter.



from Odisha Reporter https://ift.tt/3kz7NCB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages