ଉମରକୋଟ (କାର୍ତ୍ତିକ ମଲ୍ଲିକ): ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଗାଁକୁ ଯାଇଥିଲେ। ହେଲେ ପଡ଼ିଯାଇଥିଲେ ଗାଁ ଲୋକଙ୍କ ହାବୁଡ଼ରେ। ଆଉ ତା’ପରେ ଆରମ୍ଭ ହୋଇଗଲା ନିର୍ଯାତନା। ଗାଁ ଲୋକେ ତାଙ୍କୁ ପ୍ରଥମେ ବାଡ଼ିରେ ପିଟି ଥିଲେ। ତା’ପରେ ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିଲେ। ହେଲେ ଏତିକିରେ ସେମାନଙ୍କ ମନ ଶାନ୍ତ ପଡ଼ି ନଥିଲା। ଗାଁରେ କଙ୍ଗାରୁ କୋର୍ଟ ବସାଇଥିଲେ। ଏଥିରେ ଉକ୍ତ ଯୁବକଙ୍କ ଉପରେ ୬୦ ହଜାର ଟଙ୍କାର ଜୋରିମାନା ପକାଇଥିଲେ। ଯୁବକ ଜଣଙ୍କ ୧୦ ହଜାର ଟଙ୍କା ଦେଇଥିଲେ। ଏହା ପରେ ଗାଁ ଲୋକେ ତାଙ୍କ ବାଇକ୍କୁ ରଖି ନେଇଥିଲେ। ବାକି ୫୦ ହଜାର ଟଙ୍କା ଦେଲେ ବାଇକ୍ ଦିଆଯିବ ବୋଲି କହିଥିଲେ।
ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଯୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୋରଗାଁରେ। ରାଇଘର ବ୍ଲକ୍ ଉଦୟପୁର ଗାଁର ସୁରେନ୍ଦ୍ର ନାମକ ଜଣେ ଯୁବକ ବୋରଗାଁର ଜଣେ ଝିଅକୁ ଭଲ ପାଆନ୍ତି। ତାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ମାଡ଼ ମାରିଥିଲେ। ଏହାର ଭିଡିଓ ସୋଶାଲ୍ ମିଡିଆରେ ଘୁରି ବୁଲୁଛି।
ଯୁବକ ଜଣଙ୍କ ଏହି ଘଟଣା ସଂପର୍କରେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ନେଇ ରାଇଘର ଥାନା ଅଧିକାରୀ ଟଙ୍କଧର ଭୋଇ କହିଛନ୍ତି।
The post ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ଖାଇଲେ ନିସ୍ତୁକ ମାଡ଼; ୧୦ ହଜାର ଟଙ୍କା ଦେଲେ, ବାଇକ୍ ବି ବନ୍ଧାପଡ଼ିଲା appeared first on Odisha Reporter.
from Odisha Reporter https://ift.tt/33lkhXy
No comments:
Post a Comment