ଡ୍ୟାମ୍‌ରେ ବୁଡ଼ି ଗଲେ ଇଞ୍ଜିନିୟର; ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଡ୍ୟାମ୍‌ରେ ବୁଡ଼ି ଗଲେ ଇଞ୍ଜିନିୟର; ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍‌ରେ।

ମୃତ ଇଞ୍ଜିନିୟରଙ୍କ ନାଁ ଆର୍‌ ମୁକୁନ୍ଦମ୍‌। ତାଙ୍କ ଘର ତାମିଲନାଡୁରେ।

ମୁକୁନ୍ଦମ ତାଙ୍କର ୩ ଜଣ ସହଯୋଗୀଙ୍କ ସହିତ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ୍‌ଟି ପାଣିରେ ପଡ଼ି ଯାଇଥିଲା। ମୋବାଇଲ୍ ଖୋଜିବାକୁ ସେ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ତା’ପରେ ସେ ବହୁତ ସମୟ ପର୍ଯ୍ୟନ୍ତ ପାଣିରୁ ବାହାରି ନଥିଲେ।

ଏହା ପରେ ତାଙ୍କ ସହଯୋଗୀମାନେ ବୌଦ୍ଧ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ଡ୍ୟାମ୍‌ ଠାରୁ ପ୍ରାୟ ୧ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ, ଇଞ୍ଜିନିୟର ଆର୍‌ ମୁକୁନ୍ଦମ୍ ଅନୁଗୁଳ ଜିଲ୍ଲା କୁମ୍ଭୀଆଠାରେ ମେଗା ଲିଫ୍ଟ ପ୍ରୋଜେକ୍ଟରେ କାମ କରୁଥିଲେ।

The post ଡ୍ୟାମ୍‌ରେ ବୁଡ଼ି ଗଲେ ଇଞ୍ଜିନିୟର; ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ appeared first on Odisha Reporter.



from Odisha Reporter https://ift.tt/3miwViK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages