ଫରିଦାବାଦ: ବଢ଼ି ଚାଲିଛି ମୁମ୍ୱାଇ ପୁଲିସର ଦବଙ୍ଗଗିରି। ଯିଏ ମହାରାଷ୍ଟ୍ର ସରକାର ବିରୋଧରେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପୋଷ୍ଟ କରୁଛିି ତାଙ୍କୁ ଉଠାଇନେଉଛି ମୁମ୍ନାଇ ପୁଲିସ। ଏମିତିକି ସ୍ଥାନୀୟ ପୁଲିସକୁ ଖବର ଦେଉନି ମହାରାଷ୍ଟ୍ର ପୁଲିସ୍।
ହରିଆଣା ଫରିଦାବାଦର ଜଣେ ୟୁ-ଟ୍ୟୁବର ତଥା ମଡେଲ ସାହିଲ ଚୌଧୁରୀ ଜଷ୍ଟିସ ଫର ହ୍ୟୁମାନିଟି ନାମକ ଫେସବୁକ ପୃଷ୍ଠା ତିଆରି କରି ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ମନ୍ତ୍ରୀ ପୁଅ ଆଦିତ୍ୟ ଠାକରେଙ୍କ ନକଲ କରି ସୁଶାନ୍ତ ରାଜପୁତଙ୍କୁ ହତ୍ୟା କରାଯାଇଥିବା କହିଥିଲେ।
ଏହା ପରେ ସାହିଲ ଏବଂ ତାଙ୍କ ବାପା ମହେନ୍ଦ୍ର ଚୌଧୁରୀଙ୍କୁ ହରିଆଣା ଫରିଦାବାଦ ସେକ୍ଟର -19ରୁ ମୁମ୍ୱାଇ ପୁଲିସ ଉଠାଇ ନେଇଯାଇଛି। ସବୁଠୁ ବଡ଼ କଥା ହେଲା ନିୟମ ଅନୁଯାୟୀ ସ୍ଥାନୀୟ ପୁଲିସ ଷ୍ଟେସନକୁ ମୁମ୍ୱାଇ ପୁଲିସ ଖବର ଦେବାର ଥିଲା। ହେଲେ ଏଠାରେ ମୁମ୍ନାଇ ପୁଲିସ ମନମାନି କରିଥିବା ଦେଖିବାକୁ ମିିଳିଛି।
ସାହିଲ ମୁମ୍ୱାଇରେ ମଡେଲିଂ କରନ୍ତି। ସେ ନିକଟରେ ଘରକୁ ଆସିଥିଲେ। ସେ ଅପଲୋଡ କରିଥିବା ଭିଡିଓରେ କହିଛନ୍ତି, ଠାକରେ ପରିବାର ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କର କୌଣସି ଅସୁବିଧା ହେବନି। କାରଣ ତାଙ୍କ ସରକାର ରହିଛି। ଏହାପରେ ଏତି ତିନି ନେତାଙ୍କୁ ନେଇ ସାହିଲ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଥିବାର ଭିଡିଓରେ ରହିଛି।
ସାହିଲଙ୍କ ଗିରଫଦାରୀର ଖବର ପାଇ ମିଡିଆ ପ୍ରତିନିଧି ମଙ୍ଗଳବାର ସେକ୍ଟର -19କୁ ଯାଇଥିଲେ। ସାହିଲଙ୍କ ବାବଦରେ ପଡୋଶୀ କେହି ଜାଣିନଥିବା କହିଥିଲେ। ଏମିତିକି ତାଙ୍କ ପରିବାର ଲୋକଙ୍କର କୌଣସି ସୂଚନା ନଥିଲା। ଏହାପରେ ସ୍ଥାନୀୟ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ସନ୍ଦୀପ କୁମାର କହିଛନ୍ତି ଯେ ତାଙ୍କ ପାଖରେ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ନାହିଁ।
ତେବେ ସାହିଲ ଚୌଧୁରୀଙ୍କ ଭାଇ ଏ ବାବଦରେ ଜାଣିଥିଲେ ମଧ୍ୟ ମିଡିଆ ଆଗରେ କିଛି କହିନଥିଲେ।
The post ଠାକରେଙ୍କ ନକଲ କରି ଫେସବୁକରେ ଭିଡିଓ ଛାଡୁଥିଲା ଯୁବକ, ଉଠାଇନେଲା ମୁମ୍ୱାଇ ପୁଲିସ appeared first on Odisha Reporter.
from Odisha Reporter https://ift.tt/3n3FzlG
No comments:
Post a Comment