ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗଠିତ ‘ପିଏମ୍ କେୟାର୍ସ ଫଣ୍ଡ’କୁ ସେହି ମାସ ୩୧ ତାରିଖ ଯାଏ ୩,୦୭୬ କୋଟି ଟଙ୍କା ଆସିଛି। ପିଏମ୍ କେୟାର୍ସ ଫଣ୍ଡ ୱେବସାଇଟ୍ରେ ପ୍ରକାଶିତ ଏକ ଅଡିଟ୍ରେ ଏହି ତଥ୍ୟ ଦିଆଯାଇଛି। ଏହି ଟଙ୍କା ଉଭୟ ଦେଶ ଏବଂ ଦେଶ ବାହାରୁ ଦାନ ସ୍ୱରୂପ ଆସିଛି।
ପିଏମ୍ କେୟାର୍ସ ସାଇଟ୍ର ତଥ୍ୟ ଅନୁଯାୟୀ ଏହି ଫଣ୍ଡ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟରେ ମାର୍ଚ୍ଚ ୩୧ ସୁଦ୍ଧା ଫାଇନାଲ ବାଲାନ୍ସ ୩୦,୭୬,୬୨,୫୮,୦୯୬ ଟଙ୍କା ଥିଲା। ତେବେ ଏହାପରେ ଅର୍ଥାତ ମାର୍ଚ୍ଚ ୩୧ ପରେ କେତେ ଟଙ୍କା ଆସିଛି ତାହା ଏଯାଏ ସ୍ପଷ୍ଟ ହୋଇନି।
ସୂଚନାଯୋଗ୍ୟ ଯେ, ପିଏମ୍ କେୟାର୍ସ ଫଣ୍ଡକୁ ନେଇ ପୂର୍ବରୁ ବିରୋଧୀ ସମଲୋଚନା କରିଆସୁଛନ୍ତି। ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିବା ସହ କୋର୍ଟରେ ବିଭିନ୍ନ ଆବେଦନ ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କିଛି ମନ୍ତ୍ରୀ ଏହି ଫଣ୍ଡର ଟ୍ରଷ୍ଟି ରହିଛନ୍ତି। ଗତ ମେ’ ମାସରେ ହିଁ ଏହି ଫଣ୍ଡରୁ ୩୦୦୦ କୋଟି ଟଙ୍କା ବ୍ୟୟ କରି ମେଡ୍ ଇନ୍ ଇଣ୍ଡିଆ ଭେଣ୍ଟିଲେଟର୍ସ କିଣାଯାଇଥିଲା। କୋଭିଡ୍ ମୁକାବିଲା ପାଇଁ ଏସବୁ କିଣାହୋଇଥିଲା।
The post ମାର୍ଚ୍ଚ ୩୧ ସୁଦ୍ଧା ପିଏମ୍ କେୟାର୍ସକୁ ଆସିଛି ୩୦୭୬ କୋଟି appeared first on Odisha Reporter.
from Odisha Reporter https://ift.tt/31NGiPe
No comments:
Post a Comment