ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚିଛି।
ଏହି ୫୧୪ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଅଛନ୍ତି। ଏହି ଜିଲ୍ଲାରେ କରୋନାରେ ୧୯୪ ଜଣଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମ ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ତଳକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ଏଯାବତ୍ ୩୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।
କଟକ ଜିଲ୍ଲାରେ ୩୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ାରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ତିନୋଟି ଜିଲ୍ଲାରେ କରୋନାରେ କାହାରି ମୃତ୍ୟୁ ଘଟିନାହିଁ। ସେଗୁଡ଼ିକ ହେଉଛି- ଦେବଗଡ଼, ବୌଦ୍ଧ ଓ ନୂଆପଡ଼ା।
କେଉଁ ଜିଲ୍ଲାରେ କେତେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି, ଜାଣନ୍ତୁ।
-
- ଅନୁଗୋଳ: ୪
- ବାଲେଶ୍ୱର: ୧୨
- ବରଗଡ଼: ୯
- ଭଦ୍ରକ: ୯
- ବଲାଙ୍ଗିର: ୫
- ଢେଙ୍କାନାଳ: ୨
- ଗଜପତି: ୧୮
- ଜଗତସିଂହପୁର: ୬
- ଯାଜପୁର: ୬
- ଝାରସୁଗୁଡ଼ର: ୧
- କଳାହାଣ୍ଡି: ୨
- କନ୍ଧମାଳ: ୧୧
- କେନ୍ଦ୍ରାପଡ଼ା: ୩
- କେନ୍ଦୁଝର: ୬
- କୋରାପୁଟ: ୩
- ମାଲକାନଗିରି: ୭
- ମୟୂରଭଞ୍ଜ: ୫
- ନବରଙ୍ଗପୁର: ୨
- ନୟାଗଡ଼: ୧୩
- ପୁରୀ: ୧୬
- ସମ୍ବଲପୁର: ୧୫
- ସୁବର୍ଣ୍ଣପୁର: ୨
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧,୦୯,୭୮୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦,୭୭୦ ସୁସ୍ଥ ହୋଇସାରିଥିବା ବେଳେ ୨୮,୪୪୩ ଚିକିତ୍ସାଧୀନ ଅଛନ୍ତି।
The post ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚିଲା; ୩ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ଯାଇଛି ଜୀବନ appeared first on Odisha Reporter.
from Odisha Reporter https://ift.tt/3hSdc6K
No comments:
Post a Comment