‘କଥା ଦେଇ କଥା ରଖିଲେନି ଅନୁଭବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 11, 2020

‘କଥା ଦେଇ କଥା ରଖିଲେନି ଅନୁଭବ’

କଟକ(ଓଡ଼ିଶା ରିପୋର୍ଟର): ନିରାଶ କଲେ ଅନୁଭବ। କାଲି ପ୍ରତିଶ୍ରୁତି ଦେଇଥିଲେ ଦେଖା କରିବାକୁ, ହେଲେ ଆଜି ଦେଖା କଲେନି। ଏମିତି ପ୍ରତିକ୍ରିୟା ଦେଇଛନ୍ତି ଆନ୍ତର୍ଜାତିକ ମାନବ ଅଧିକାର କମିଶନ ଓଡ଼ିଶା ଶାଖା ଅଧ୍ୟକ୍ଷା ଗୀତାଶ୍ରୀ ଦାସ ।

ଗତକାଲି ଆନ୍ତର୍ଜାତିକ ମାନବ ଅଧିକାର କମିଶନ ଓଡ଼ିଶା ଶାଖାର ୫ ଜଣିଆ ପ୍ରତିନିଧି ଦଳ ଅନୁଭବ ଓ ବର୍ଷାଙ୍କୁ ପୃଥକ୍ ଭାବେ ଭେଟି ପତିପତ୍ନୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ସମାଧାନ ପାଇଁ ଉଦ୍ୟମ କରିଥିଲେ। ଆଜି ଉଭୟ ଏକାଠି ବସି ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି କମିଶନ ଅଧ୍ୟକ୍ଷା ବର୍ଷାଙ୍କୁ କେବଳ ଭେଟିଥିବାବେଳେ ଅନୁଭବ କିନ୍ତୁ ଦେଖାଦେଲେନାହିଁ।

ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ  ଗୀତାଶ୍ରୀ ଦାସ କହିଛନ୍ତି, ଗତକାଲି ତାଙ୍କ ଘରକୁ ଯାଇଥିଲୁ, ଉଭୟ ବର୍ଷା ଓ  ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ ସମାଧାନର ରାସ୍ତା ବାହାର କରିବାକୁ ଚାହିଁଥିଲୁ। ସାଂସଦ ଆଜି ଆମକୁ ସମୟ ଦେବେ କହିଥିଲେ, ସେହି ଅନୁସାରେ ଆସିଥିଲୁ। ଆଜି ବର୍ଷାଙ୍କ ସହ କଥା ହେଲୁ, କିନ୍ତୁ ଅନୁଭବ ଦେଖା  ଦେଲେ ନାହିଁ। ଘରେ ଥିଲେ ବି ସହଯୋଗୀଙ୍କ ଜରିଆରେ ଦେଖାଦେବାକୁ  ମନା କରିଥିଲେ। କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁଁ ସେ ମର୍ମାହତ ବୋଲି କହିଥିଲେ।

ଆମେ ମିଡିଆରେ କିଛି ମନ୍ତବ୍ୟ ଦେଇନୁ, ଉଭୟଙ୍କ  ମିଳାମିଶା ଚାହିଁଛୁ। ଅନୁଭବ ଆମକୁ କଥା ଦେଇ କଥା ରଖିଲେନି, ସେ  ସମାଧାନ ଚାହୁଁନାହାନ୍ତି। ହେଲେ ଏବେବି ସମାଧାନ ପାଇଁ ଆଶାବାଦୀ ବୋଲି କହିଛନ୍ତି ଅଧ୍ୟକ୍ଷା।

ସୂଚନାଯୋଗ୍ୟ,  ଓଲିଉଡର ଏହି ସେଲିବ୍ରିଟି ଯୋଡ଼ିଙ୍କ ସମ୍ପର୍କରେ ଦେଖାଦେଇଥିବା ଫାଟକୁ ନେଇ ଗତ କିଛି ଦିନ ହେଲା ମାହୋଲ ସରଗରମ ଥିବା ବେଳେ ଗତକାଲି  ଉଭୟଙ୍କୁ ଭେଟିଥିଲେ ସାମାଜିକ ସଂଗଠନ ପ୍ରୋଟେକସନ ଅଫ୍ ହ୍ୟୁମାନ ରାଇଟ୍ସ କମିଶନର ସଦସ୍ୟା । ଏହି ସଙ୍ଗଠନର ସଦସ୍ୟାମାନେ ଗତକାଲି  ଅନୁଭବଙ୍କ ଘରେ ପହଞ୍ଚି  ଉଭୟ ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ ।  ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକାରାତ୍ମକ ଉତ୍ତର ମିଳିଥିବା ସୂଚନା ଦେଇଥିଲେ  ଆନ୍ତର୍ଜାତିକ ମାନବ ଅଧିକାର କମିଶନ ସଦସ୍ୟ। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ ମଧ ପରିବାର ଲୋକଙ୍କ ବିଷୟରେ କୌଣସି ଅଭିଯୋଗ ଆଣି ନଥିଲେ।

ଏହାପରେ  ‘ହ୍ୟୁମାନ ରାଇଟ୍ସ କମିଶନଙ୍କ କଥାକୁ ବିଶ୍ୱାସ କରିବି ନା ସମ୍ମାନସ୍ପଦ ନିଜ ବାପା ମା’ଙ୍କୁ ? ମୁଁ ଏହାର ସଠିକ୍ ଉତ୍ତର ଜାଣେ, ତଥାପି ମୋତେ ଆପଣଙ୍କ ସହଯୋଗ ଲୋଡ଼ା ।’  ବୋଲି ଅନୁଭବ ଟ୍ୱିଟ କରିଥିଲେ ।

The post ‘କଥା ଦେଇ କଥା ରଖିଲେନି ଅନୁଭବ’ appeared first on Odisha Reporter.



from Odisha Reporter https://ift.tt/2ZtALeZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages