ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୂଜା ଆଦି ଆସୁଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଗାଇଡ୍ଲାଇନ୍ ଜାରି କରିଥିଲେ। ତେବେ ଏହି ଗାଇଡ୍ଲାଇନ୍ରେ ଥିବା କେତୋଟି କଥା ଉପରେ ଆପତ୍ତି ଉଠାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କଟକ ବାଲୁବଜାର ପୂଜା କମିଟି।
ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରଖିବାକୁ ଗାଇଡ୍ଲାଇନ୍ରେ କହିଥିବା ବେଳେ ପୂଜା ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ କରିବାକୁ ତଥା ଚତୁର୍ଥ ପାର୍ଶ୍ୱକୁ ଆଂଶିକ ବନ୍ଦ ରଖିବାକୁ କହିଛନ୍ତି। ଆଉ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କଟକ ବାଲୁବଜାର ପୂଜା କମିଟି।
ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଆଉ କ’ଣ ରହିଛି, ଜାଣନ୍ତୁ–
- ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ।
- ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୁଲିସ କମିଶନରଙ୍କ ଅନୁମତି ଲୋଡ଼ା।
- କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ।
- ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି।
- ଏମିତି ବନ୍ଦ ରହିବ ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି।
- ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିବ।
- ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି।
- ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ।
- ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ।
- କୌଣସି ସଂଗୀତ ବା ମନୋରଂଜନ କାର୍ଯ୍ୟକ୍ରମ କରାଯାଇ ପାରିବନି।
- ଗାଇଡ୍ଲାଇନ୍ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ସରକାରଙ୍କ ପୂଜା ଗାଇଡ୍ଲାଇନ୍କୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟରେ ମାମଲା appeared first on Odisha Reporter.
from Odisha Reporter https://ift.tt/2Fu58uU
No comments:
Post a Comment