ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ବଲାଙ୍ଗୀରରେ ବଢ଼ୁଥିବା ଶିଶୁ ଶ୍ରମିକଙ୍କୁ ବିରୋଧକରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ ସେ ସେଠାକାର କିଛି ଶିଶୁ ଶ୍ରମିକଙ୍କ ଫଟୋ ପୋଷ୍ଟ କରି ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଅପିଲ କରିଛନ୍ତି। ବର୍ଷା ଏହି ଟ୍ୱିଟକୁ ବଲାଙ୍ଗିରର ପୂର୍ବତନ ଲୋକସଭା ସାଂସଦ କଳିକେଶ ସିଂ ଦେଓଙ୍କୁ ଟ୍ରଶଗ କରି ତାଙ୍କୁ ନିବେଦନ କରିଛନ୍ତି।
Thank you for letting me know @VarshaPriyadar3 Request @CollectorBgr to urgently look into it @Rajendr49923735 kindly send @BYJD_Odisha boys to connect them with us immediately so that necesssary support can be given @CMO_Odisha @spbalangir @Naveen_Odisha https://t.co/izcpS44iq1
— Kalikesh Singh Deo (@DeoKalikesh) September 25, 2020
ଶିଶୁ ଶ୍ରମିକ ଏବଂ ତାଙ୍କ ବାପା ମାଆଙ୍କ ଫୋଟୋ ସହ କଳିକେଶଙ୍କୁ ଟ୍ୟାଗ୍କରି ପରିବାର ଲୋକେ ସେମାନଙ୍କ ପିଲାମାନଙ୍କ ଉପରେ ନିର୍ଭର କରି ଚଳିବା ବନ୍ଦ ହେଉ ବୋଲି ଲେଖିଛନ୍ତି। ଶିଶୁମାନେ ବାହାରକୁ ଯାଇ କାମ କରି ପରିବାର ଚଳାଉଛନ୍ତି । ଜଣେ ଶିଶୁ ପାଇଁ ଏହା ବହୁତ ଯନ୍ତ୍ରଣା ଦାୟକ, ଯାହାକି ସେ ଖୋଲି କହିପାରେ ନାହିଁ । ସେ ଏହି ପିଲାମାନଙ୍କୁ ସହଯୋଗ କରିବା ସହ ସେମାନଙ୍କ ଶିକ୍ଷା ପ୍ରତି ଦୃଷ୍ଟି ଦେବାକୁ କଳିକେଶଙ୍କୁ ଅନୁରୋଧକରିଛନ୍ତି ।
ତେବେ ବର୍ଷା ଏହି ଘଟଣା କଳିକେଶଙ୍କୁ ଜଣାଇଥିବାରୁ ସେ ଏହାକୁ ରିଟ୍ୱିଟ୍ କରି ବର୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଶିଶୁମାନଙ୍କୁ ଯଥା ଶିଘ୍ର ଯୋଗାଯୋଗକରି ସେମାନଙ୍କୁ ସାହାଯ୍ୟ କରିବାକୁ କଳିକେଶ ବଲାଙ୍ଗିର ଜିଲ୍ଲାପାଳ, ବିଜୁ ଯୁବ ଜନତା ଦଳ ଏବଂ ଏହାର ସଭାପତିଙ୍କୁ ଟ୍ୟାଗ୍ କରି ଜଣାଇଛନ୍ତି ।
The post ବର୍ଷାଙ୍କୁ ଧନ୍ୟବାଦ ଜଣାଇଲେ କଳିକେଶ appeared first on Odisha Reporter.
from Odisha Reporter https://ift.tt/2GhWxeT
No comments:
Post a Comment