ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଅଧିବେଶନ। ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଣୁ କମ୍ ସଂଖ୍ୟକ ପ୍ରତିନିଧିଙ୍କୁ ପଠାଇବା ଲାଗି ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି । ଯେଉଁ କର୍ମଚାରୀମାନେ କଭରେଜ୍ ପାଇଁ ଯିବେ, ସେମାନଙ୍କ ନାଁ ଜଣାଇବାକୁ ହେବ। ସେହି ଅନୁସାରେ ପ୍ରତିନିଧିଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି।
ଏହି ଅନୁସାରେ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ରିପୋର୍ଟର, ଜଣେ କ୍ୟାମେରା ପର୍ସନ ଏବଂ ଜଣେ ଆସିଷ୍ଟାଣ୍ଟଙ୍କୁ ମିଶାଇ ୩ ଜଣ ଓ ପ୍ରିଣ୍ଟ ମିଡିଆରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ କଭରେଜ୍ ଲାଗି ଅନୁମତି ଦିଆଯିବ।
ସେହିପରି ବିଧାନସଭାକୁ ୨୮ ତାରିଖରେ ଶେଷ ପର୍ଯ୍ୟ।ୟ ସାନିଟାଇଜ୍ କରି ଅଞ୍ଚଳରେ ଅନ୍ୟ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
The post ୨୯ ପୂର୍ବରୁ ସାମ୍ବାଦିକଙ୍କର ହେବ ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/2S91TM9
No comments:
Post a Comment