ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମାଲ ବୋଝେଇ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ରାଉରକେଲା ଷ୍ଟେସନରୁ ୩୩ କିଲୋମିଟର ଦୂରରେ ଥିବା ହାତୀ କରିଡର ନିକଟରେ ଘଟିଛି ଏହି ଘଟଣା ।
ବୁଧବାର ବିଳମ୍ବିତ ରାତିରେ ରାଉରକେଲାରୁ ଏକ ମାଲ ବୋଝେଇ ଟ୍ରେନ ଝାଡ଼ଖଣ୍ଡ ଚକ୍ରଧରପୁର ଆଡ଼କୁ ଯାଉଥିଲା। ଝାଡ଼ଖଣ୍ଡ ଜରେଇକେଲା ଷ୍ଟେସନ ପରେ ହାତୀ ପଲ ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ମାଲ ବୋଝେଇ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା।
ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଟ୍ରେନ କର୍ମଚାରୀଙ୍କୁ ମାରପିଟ କରିଥିଲେ। ଜରେଇକେଲା ବନ ବିଭାଗ ସହ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ମାଲ ବୋଝେଇ ଟ୍ରେନକୁ ଲୋକେ ଛାଡ଼ିଥିଲେ ।
The post ଟ୍ରେନ୍ ଧକ୍କାରେ ଚାଲିଗଲା ମାଈ ହାତୀର ଜୀବନ appeared first on Odisha Reporter.
from Odisha Reporter https://ift.tt/2ZLiL00
No comments:
Post a Comment