ବୋଲେରୋରୁ ମିଳିଲା ୯୩ କେଜି ଗଞ୍ଜେଇ, ଚାଲାଣ ହେଉଥିଲା ଏପରି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ବୋଲେରୋରୁ ମିଳିଲା ୯୩ କେଜି ଗଞ୍ଜେଇ, ଚାଲାଣ ହେଉଥିଲା ଏପରି…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନବ ଉପାୟରେ ବୋଲେରୋରେ ହେଉଥିଲା ଗଞ୍ଜେଇ ଚାଲାଣ।  ଏଥିସହ ସନ୍ଦେହ ଏଡ଼ାଇବା ପାଇଁ  ଗୋଟିଏ ବୋଲେରୋରେ ବ୍ୟବହାର ହେଉଥିଲା ୧୬ଟି ନମ୍ବର ପ୍ଲେଟ। ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଆଜି ଏପରି ଏକ ବୋଲେରୋରୁ ଜବତ ହୋଇଛି ୯୩ କେଜି ଗଞ୍ଜେଇ। ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ଅବକାରୀ ବିଭାଗ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା-କଟକ ବାଇପାସ୍ ରାସ୍ତାରେ ବୋଲେରୋଟି ଯାଉଥିବାବେଳେ ଭରତପୁର ଅଞ୍ଚଳରେ ଅବକାରୀ ବିଭାଗ ବୋଲେରୋ ଉପରେ ଚଢ଼ଉ କରିଥିଲା। ଏହାପରେ ବୋଲେରେ ଭିତରେ ପାଖାପାଖି ୪ରୁ ଅଧିକ ସିକ୍ରେଟ ଚାମ୍ବର ହୋଇଥିବା ବେଳେ ତା’ ଭିତରୁ ଛୋଟ ଚୋଟ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ ପକ୍ଷରୁ ସମୁଦାୟ ୯୩ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି।

ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ବାଲିପାଟଣା ପଦ୍ମପୁର ଅଞ୍ଚଳରୁ ଗୋଟିଏ ଦୋକାନ ଘର ଭିତରୁ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା।  ସେହିପରି ସେପଟେମ୍ବର ୮ରେ ଖଣ୍ଡଗିରି ପାଖରୁ ସାଢ଼େ ୫ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ ହୋଇଥିଲା

The post ବୋଲେରୋରୁ ମିଳିଲା ୯୩ କେଜି ଗଞ୍ଜେଇ, ଚାଲାଣ ହେଉଥିଲା ଏପରି… appeared first on Odisha Reporter.



from Odisha Reporter https://ift.tt/32HbEr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages