ନୂଆଦିଲ୍ଲୀ: ସେ ପାଞ୍ଚଟି ଝିଅର ବାପା। ତେବେ ସେ ଗୋଟିଏ ପୁଅ ଚାହୁଁଥିଲେ। କିନ୍ତୁ ପୁଅ ଜନ୍ମ ହେବା ପୂର୍ବରୁ ସେ ତାକୁ ମାରି ଦେଲେ। ଆଉ ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲାରେ।
ଅଭିଯୁକ୍ତଙ୍କ ପତ୍ନୀ ଗର୍ଭବତୀ ଥିଲେ। ଗତ ଶନିବାର ଅଭିଯୁକ୍ତ ଏକ ଦା’ରେ ତାଙ୍କ ପତ୍ନୀଙ୍କ ପେଟକୁ କାଟି ଦେଇଥିଲେ। ପତ୍ନୀଙ୍କ ଗର୍ଭରେ ବଢୁଥିବା ଛୁଆର ଲିଙ୍ଗ (ପୁଅ ନା ଝିଅ) ଜାଣିବା ପାଇଁ ସେ ଏମିତି କରିଥିଲେ ବୋଲି କୁହାଯାଇଛି।
ଅଭିଯୁକ୍ତଙ୍କ ଶ୍ୟାଳକ ଗୋଲୁ ସିଂହ କହିଛନ୍ତି ଯେ ସେ ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବାକୁ ଚାହୁଁଛନ୍ତି କହି ଏକ ଦା’ରେ ତାଙ୍କ ଭଉଣୀଙ୍କ ପେଟକୁ ଚିରି ଦେଇଥିଲେ।
ଅଭିଯୁକ୍ତଙ୍କ ଏଭଳି କାଣ୍ଡ ଯୋଗୁ ତାଙ୍କ ପତ୍ନୀ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲ୍ରେ ଆଇସିୟୁରେ ରଖାଯାଇଛି। ଅନ୍ୟପକ୍ଷରେ ତାଙ୍କ ଗର୍ଭରେ ଥିବା ଶିଶୁଟିର ମୃତ୍ୟୁ ହୋଇଯାଇଛି। ତାଙ୍କ ଗର୍ଭରେ ଏକ ପୁତ୍ର ସନ୍ତାନ ଥିଲା।
ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।
The post ପୁଅ ଚାହୁଁଥିଲେ, କିନ୍ତୁ ଜନ୍ମନେବା ପୂର୍ବରୁ ପୁଅକୁ ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/2RPFzai
No comments:
Post a Comment