ଘରୁ ମିଳିଲା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ଘରୁ ମିଳିଲା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ପୋଷ୍ଟ ଅଫିସପଡ଼ାର ଏକ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ  ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି।  ନାବାଳିକାଜଣକ  ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସବଡେ଼ଗାର ଜଣେ ଯୁବକଙ୍କ ସହ ପତିପତ୍ନୀ ହିସାବରେ ରହୁଥିଲେ।  ନାବାଳିକା ଜଣକ ୪ ମାସ ର ଗର୍ଭବତୀ ଥିବା ବେଳେ ପୁଲିସ୍‌ ଗତକାଲି ଘରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଏହି ଘଟଣା ପରଠୁ ଯୁବକଜଣକ ଫେରାର ଥିବାରୁ ପୁଲିସ୍‌ ତାଙ୍କୁ ଖୋଜିବା ଆରମ୍ଭ କରିଛି।

ସୂଚନାଯୋଗ୍ୟ, ନାବାଳିକାଜଣକ ପ୍ରାୟ ୬ ମାସ ହେବ ସବଡେ଼ଗାର ଜଣେ ଯୁବକଙ୍କ ସହ ଆସି ତାଙ୍କ ଘରେ ସ୍ୱାମୀ ସ୍ତ୍ରୀ ହିସାବରେ ରହୁଥିଲେ। ଯୁବକଜଣକ ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କର ୨ ସନ୍ତାନ ଥିବା ଜଣାଯାଇଛି। କିନ୍ତୁ ତାଙ୍କ ପ୍ରଥମ ପତ୍ନୀ ନିଜ ଛୁଆଙ୍କ ସହ ଅନ୍ୟତ୍ର ରହୁଥିଲେ।

ଉଭୟ ଯୁବକ ଓ ନାବାଳିକାଙ୍କ ମଧ୍ୟ କଥା କଟାକଟିରୁ ଏପରି ହୋଇଥିବା ଅନୁମାନ କରାଯାଉଛି।   କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଯୁବକଜଣକ ନାବାଳିକାଙ୍କୁ ହତ୍ୟା କରି ତା’ ପରେ  ଜାଳି ଦେଇଥିବା ପୋଲିସ ସନ୍ଦେହ କରୁଛି ।

ଏହି ଘଟଣା ଗତ ରବିବାର ଘଟିଥିବା କୁହାଯାଉଥିବା ବେଳେ ପୁଲିସ୍‌ ସୋମବାର ଖବର ପାଇଥିଲା। ଏହାପରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।  ନାବାଳିକାଙ୍କ ବାପାଙ୍କ ଏତଲା କୁ ଆଧାର କରି ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ଘରୁ ମିଳିଲା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ appeared first on Odisha Reporter.



from Odisha Reporter https://ift.tt/2FVEISQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages