ରାଜଧାନୀର ୪୧ ଦୋକାନରେ ପଡ଼ିଲା ତାଲା, ୨୮୩୩ ଜଣ ଗଣିଲେ ତଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ରାଜଧାନୀର ୪୧ ଦୋକାନରେ ପଡ଼ିଲା ତାଲା, ୨୮୩୩ ଜଣ ଗଣିଲେ ତଣ୍ଡ

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର):  କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି  କମିଶନରେଟ ପୁଲିସ୍‌। ଟ୍ୱିନ ସିଟିରେ କୋଭିଡ ପରିଚାଳନରେ କିଛି ଦିନ  ପୂର୍ବେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୁଲିସ୍‌।

ଏଥିସହ କୋଭିଡ ନିୟମ ପାଳନ କରୁ ନ ଥିବା ଓ ସାମାଜିକ ଦୂରତା ମାନୁ ନ ଥିବା ଗ୍ରାହକ ଓ ଦୋକାନୀଙ୍କୁ ତାଗିଦ କରିବା ସହ ଫାଇନ୍ ଆଦାୟ କରାଯାଉଛି  । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୨୮୩୩ ଜଣଙ୍କ ନିକଟରୁ ଆଦାୟ ହୋଇଛି ଜରିମାନା।  ରାଜଧାନୀର ୪୧ଟି ଦୋକାନକୁ ତାଲା ପକାଇ ଦେଇଛି କମିଶନରେଟ ପୋଲିସ। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ସୂଚନାଯୋଗ୍ୟ,  ରାଜ୍ୟରେ ଏବେ ଦୈନିକ ୪ ହଜାରରୁ ଅଧିକ  ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏପରି ସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ବି ସଂକ୍ରମଣ ଗ୍ରାଫ୍‌ ଉପରମୁହାଁ ହୋଇ ରହିଛି।

The post ରାଜଧାନୀର ୪୧ ଦୋକାନରେ ପଡ଼ିଲା ତାଲା, ୨୮୩୩ ଜଣ ଗଣିଲେ ତଣ୍ଡ appeared first on Odisha Reporter.



from Odisha Reporter https://ift.tt/2FRZUsM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages