ମହଙ୍ଗା ପଡ଼ିଲା ରଙ୍ଗିଲା ଡ୍ୟାନ୍ସ, ଯାତ୍ରାପାର୍ଟି ମାଲିକଙ୍କୁ ୫୦ ହଜାର ଟଙ୍କା ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ମହଙ୍ଗା ପଡ଼ିଲା ରଙ୍ଗିଲା ଡ୍ୟାନ୍ସ, ଯାତ୍ରାପାର୍ଟି ମାଲିକଙ୍କୁ ୫୦ ହଜାର ଟଙ୍କା ଫାଇନ୍‌

ଜଳେଶ୍ୱର(ଅଜିତ ଦାସ): ମହାମାରୀ କୋରାନା ସମୟରେ ବିଳମ୍ୱିତ ରାତିରେ ଚାଲିଥିଲା ନାଚ ଓ ଗୀତର ଆସର। ଆଉ ଏପରି ରଙ୍ଗୀଲା ଡ୍ୟାନ୍ସ ଦେଖିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ହେଲେ କୌଣସି ବ୍ୟକ୍ତି ମାକ୍ସ ପିନ୍ଧି ନଥିଲେ କି ସାମାଜିକ ଦୂରତା ମାନି ନଥିଲେ। କରୋନା ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରାଯାଇ ଏପରି ନାଚ ଓ ଗୀତର ଆସର ଜମିଥିଲା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ହାଟରେ। ଏଥିପାଇଁ ପ୍ରଶାସନଠାରୁ ଅନୁମତି ନିଆଯାଇନଥିଲା। ଏନେଇ ଅଭିଯୋଗ ହେବା ପରେ ଆଜି ସକାଳେ ଅତିରିକ୍ତ ତହସିଲ୍‌ଦାର ଗାଁରେ ପହଞ୍ଚି ଘଟଣାର ତଦନ୍ତ କରି ୫୦ ହଜାର ଟଙ୍କା ଫାଇନ୍‌ କରିଛନ୍ତି।

ନିମାତପୁର ହାଟରେ ଉପରେ ଗୌରାଙ୍ଗ ଗଣନାଟ୍ୟ ତରଫରୁ ବିଶ୍ୱକର୍ମା ଓ ମନସା ପୂଜା ଆୟୋଜନ କରାଯାଇଥିଲା। ପୂଜା ସରିବା ପରେ ଗତକାଲି ରାତି ୧୧ଟାରେ ନାଟ୍ୟାନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ ନାଚ ଓ ଗୀତର ଆସର ଆରମ୍ଭ ହୋଇଥିଲା। ଓଡ଼ିଆ ଗୀତରେ ନାଚିଥିଲେ ନାଟ୍ୟାନୁଷ୍ଠାନର କଳାକାର। ଆଉ ନାଚ ଓ ଗୀତ ସହିତ ତାଳ ଦେଇ ମଞ୍ଚ ତଳେ ଝୁମିଥିଲେ ଦର୍ଶକ। ଏପରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ପାଇଁ ନିମାତପୁର ଓ ଆଖପାଖ ଗାଁର ୧୦୦ରୁ ୧୫୦ ଲୋକ ଏକାଠି ହୋଇଥିଲେ। ହେଲେ କୌଣସି ବ୍ୟକ୍ତି ମାକ୍ସ ପିନ୍ଧି ନଥିଲେ କି ସାମାଜିକ ଦୂରତା ମାନିନଥିଲେ।

ଡ୍ୟାନ୍ସ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖି ଗାଁର କେତେକ ବୁଦ୍ଧିଜୀବୀ ବିରୋଧ କରିଥିଲେ। ଏପରିକି ଗାଁ ଲୋକେ ପୁଲିସ ଓ ସ୍ଥାନୀୟ ବିଡିଓଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ସମ୍ଭବପର ହୋଇନଥିଲେ। ପରେ ଗାଁ ଲୋକେ ଅତିରିକ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ। ଅତିରିକ୍ତ ତହସିଲଦାର କହିଥିଲେ, ଏତେ ରାତିରେ କଣ ହେଇଛି ପୁଲିସକୁ କୁହନ୍ତୁ। ଏପରିକି ଡ୍ୟାନ୍ସର ଭିଡିଓ ରେକଡିଂ କରି ପଠାଇବାକୁ ପରାମର୍ଶ ଦେଇଥିଲେ।

ଆଜି ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ ଲକ୍ଷ୍ମୀପାଟଣା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ କୁମାର ନାୟକ ନିମାତପୁର ଗାଁରେ ପହଞ୍ଚି ଯାତ୍ରା ପାଟି ମାଲିକ ସୁଦାମ ଦାସଙ୍କୁ ୫୦ ହଜାର ଟଙ୍କା ଫାଇନ କରିଛନ୍ତି।

The post ମହଙ୍ଗା ପଡ଼ିଲା ରଙ୍ଗିଲା ଡ୍ୟାନ୍ସ, ଯାତ୍ରାପାର୍ଟି ମାଲିକଙ୍କୁ ୫୦ ହଜାର ଟଙ୍କା ଫାଇନ୍‌ appeared first on Odisha Reporter.



from Odisha Reporter https://ift.tt/3ku9265

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages