ମୁମ୍ୱାଇ: ଡ୍ରଗ୍ସ ମାମଲାରେ ବିବାଦୀୟ ହେବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ସିନେମା ନିର୍ମାତା ତଥା ଧର୍ମା ପ୍ରଡକ୍ସନର ମୁଖ୍ୟ କରଣ ଜୋହର। ଶୁକ୍ରବାର ତାଙ୍କର ଦୁଇ ସହଯୋଗୀ ତଥା ଧର୍ମା ପ୍ରଡକ୍ସନ ସହିତ ଜଡ଼ିତ ଥିବା କ୍ଷିତିଜ ରବି ପ୍ରସାଦ ଓ ଅନୁଭା ଚୋପ୍ରୋଙ୍କୁ ଏନସିବି ପଚରା ଉଚରା କରିଛି। ଏମିତିକି ରାତିରେ ଅଟକ ରଖିଥିଲା ବୋଲି ଜଣାପଡ଼ିଛି। ଏବେ ଏନସିବି ତାଙ୍କୁ ସମନ କରିପାରେ ବୋଲି କୁହାଯାଉଛି।
ଏନସିବି ତଦନ୍ତ କରୁଥିବା ବେଳେ କରଣ ଜୋହର କହିଛନ୍ତି ଯେ ମୋ ଘରେ ଡ୍ରଗ୍ସ ପାର୍ଟି ନଥିଲା। ମୋ ବିରୋଧରେ ଆସିଥିବା ଅଭିଯୋଗ ମିଛ। ସେ କହିଛନ୍ତି ଯେ ଧର୍ମା ପ୍ରଡକ୍ସନ୍ସ ସହିତ କ୍ଷିତଜ ରବି ପ୍ରସାଦ ଏବଂ ଅନୁଭା ଚୋପ୍ରାଙ୍କର କୌଣସି ସମ୍ପର୍କ ନାହିଁ।
— Karan Johar (@karanjohar) September 25, 2020
କରଣ ଜୋହର କହିଛନ୍ତି ତାଙ୍କ ନାମରେ ମିଡିଆ ଭୁଲ୍ ତଥ୍ୟ ରଖୁଛି। 28 ଜୁଲାଇ 2019 ରେ ମୋ ଘରେ ପାର୍ଟି କରିଥିଲି। ମଁ ଏହାକୁ ଆୟୋଜନ କରିଥିଲି। 2019 ରେ ଏହି ବିଷୟରେ ସେ ତାଙ୍କର ପ୍ରତିକ୍ରିୟା ରଖିସାରିଛନ୍ତି, ସମସ୍ତ ଅଭିଯୋଗକୁ ମିଛ ବୋଲି ସେ କହିଛନ୍ତି। ସେ ଡ୍ରଗ୍ସ ନିଅନ୍ତି କି ସେଭଳି ଜିନିଷକୁ ପ୍ରୋତ୍ସାହିତ କରନ୍ତି ବୋଲି ସେ କହିଛନ୍ତି।
କରଣ ଜୋହର କହିଛନ୍ତି ଯେ କ୍ଷିତଜ ରବି ପ୍ରସାଦ ଏବଂ ଅନୁଭା ଚୋପ୍ରା ମୋର ନିକଟତମ ବ୍ୟକ୍ତି ନୁହନ୍ତି। ସେମାନଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଜଣେ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ଯାହା କରନ୍ତି ସେଥିପାଇଁ ମୁଁ କିମ୍ବା ଧର୍ମ ପ୍ରଡକ୍ସନ୍ସ ଦାୟୀ ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନିସିବି ଜେରା କରିବ। 2019ରେ କରଣ ଜୋହାର ଭିଡିଓ ରେକର୍ଡିଂ କରି ଏକ ଭିଡିଓ ସୋଶାଲ ମିଡିଆରେ ଛାଡ଼ିଥିଲେ। ଯେଉଁଥିରେ ଦୀପିକା ପାଦୁକୋନ୍ ଥିଲେ। ସେହି ସମୟରେ ଦୀପିକା ଏବଂ ଅନ୍ୟାନ୍ୟ ଅଭିନେତା ଏବଂ ଅଭିନେତ୍ରୀ ଡ୍ରଗ୍ସ ନେଉଥିବା ଦେଖିବାକୁ ମିିଳିଥିଲା। ସେହିପରି ଦୀପିକା ପାଦୁକୋନ୍ ଏବଂ ତାଙ୍କ ମ୍ୟାନେଜର କରିସ୍ମାଙ୍କ ଡ୍ରଗ୍ସ ଚାର୍ଟ ବଲିଉଡର ଡ୍ରଗ୍ସ କାରବାରର ଗୁମର ଫିଟାଇବ ବୋଲି ଆକଳନ କରାଯାଉଛି।
The post ଏନସିବି ରାଡାରରେ କରଣ ଜୋହର, ଟ୍ୱିଟ୍ କରି କହିଲେ ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି appeared first on Odisha Reporter.
from Odisha Reporter https://ift.tt/2Gfy89N
No comments:
Post a Comment