NCBରେ ହାଜର ହେଲେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

NCBରେ ହାଜର ହେଲେ ଦୀପିକା

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ମୁମ୍ବାଇସ୍ଥିତ NCBରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ଏହାବ୍ୟତୀତ ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କ ସମେତ ସାରା ଓ ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି NCB। ୫ରୁ ୬ଟି ଦିଗକୁ ନେଇ ଦୀପିକାଙ୍କୁ ପ୍ରଶ୍ନ କରିପାରେ NCB। ଦୀପିକା ଓ ତାଙ୍କ ମ୍ୟାନେଜରଙ୍କୁ ସାମନାସାମନି ବସାଇ ଆଜି ଜେରା  କରିପାରେ NCB।

ଦୀପିକାଙ୍କୁ ମୁଖ୍ୟତଃ ଆଜି  ୫ରୁ ୬ଟି ଦିଗକୁ ନେଇ ପ୍ରଶ୍ନ କରାଯିବ। ମ୍ୟାନେଜର କରିସ୍ମାଙ୍କୁ ସେ ଡ୍ରଗ୍ସ କାହା ପାଇଁ ମାଗିଥିଲେ ? ଡ୍ରଗ୍ସ ସିଏ ନିଅନ୍ତି ନା ଆଉ କାହାକୁ ଦେଇଥିଲେ ? କେତେ ଥର ଡ୍ରଗ୍ସ ନେଇଥିଲେ ? ସୁଶାନ୍ତ ଡ୍ରଗ୍ସ ନେଉଥିବା ସେ ଜାଣିଥିଲେ କି ? KWAN କମ୍ପାନିର କର୍ମଚାରୀ ଡ୍ରଗ୍ସ ଯୋଗାଣରେ ସାମିଲ ଥିଲେ କି ? ଏସବୁ ଦିଗକୁ ନେଇ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିବ ଏନ୍‌ସିବି।

ଖାଲି ଏତିକି ନୁହେଁ, ଯେଉଁ ହ୍ୱାଟସ୍‌  ଆପ୍‌ ଗ୍ରୁପରେ ଏହି ସନ୍ଦେହଜନକ ଚାର୍ଟ ମିଳିଛି ତାର ଆଡମିନ୍ କାଳେ ଦୀପିକା ଖୋଦ୍ ଥିଲେ। ଏଥିରେ ଜୟା, କରସ୍ମାଙ୍କ ସମେତ ଅନ୍ୟ ନାମୀ ଦାମୀ କଳାକାର ବି ଏଥିରେ ସଦସ୍ୟ ଥିଲେ। ତେବେ କଣ ଏହାକୁ କେବଳ ଡ୍ରଗ୍ସ ପାଇଁ ବ୍ୟବହାର ହେଉଥିଲା ? ତାକୁ ନେଇ ବି ତଦନ୍ତ କରିବ ଏନ୍‌ସିବି।

ସେହିପରି ରିୟାଙ୍କ ଭୁଲ ଦୋହରାଇବେନି ତ ଦୀପିକା ?  ଏନ୍‌ସିବି ଜେରା ବେଳେ ରିୟା ଅନ୍ୟଙ୍କ ପାଇଁ ଡ୍ରଗ୍ସ ଆଣିଥିବା କହିଥିଲେ । ଆଉ ଯାହା ପରେ ତାଙ୍କୁ ଗିରଫ କରିଥିଲା ଏନ୍‌ସିବି । ତେଣୁ ଦୀପିକାଙ୍କ ଜବାବ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

୨୮ ଅକ୍ଟୋବର  ୨୦୧୭ର ହ୍ୱାଟସ୍‌ ଆପ୍‌ ଚାର୍ଟରେ ମ୍ୟାନେଜର କରିସ୍ମାଙ୍କୁ ମାଗିଥିବା ଡ୍ରଗ୍ସ ଏବେ ଦୀପିକାଙ୍କ କ୍ୟାରିୟରରେ କଣ୍ଟା ସାଜିଛି।

ସୂଚନାଯୋଗ୍ୟ, ଗତକାଲି ଅଭିନେତ୍ରୀ ରକୁଲପ୍ରୀତଙ୍କୁ ୪ ଘଣ୍ଟା ଓ କରିସ୍ମାଙ୍କୁ ୭ ଘଣ୍ଟା ଜେରା କରିଥିଲା ଏନ୍‌ସିବି। ସେହିପରି ଧର୍ମା ପ୍ରଡକସନ୍‌ର ଅନ୍ୟତମ କାର୍ଯ୍ୟକାରୀ  ନିର୍ଦ୍ଦେଶକ ଖିତିଜ୍‌ଙ୍କୁ ଜେରା ପରେ ଅଟକ ରଖାଯାଇଛି । ଏହାଛଡ଼ା ଅନ୍ୟ ଜଣେ ଠିକା କର୍ମଚାରୀ ଅନୁଭବ ଚୋପ୍ରାଙ୍କୁ ବି ପଚରାଉଚରା ହୋଇଛି ।

ବଲିଉଡ଼ର ଡ୍ରଗ୍ସ ଲିଙ୍କ୍ ମାମଲାକୁ ଗୁରତର ସହ ନେଇ  NCB ଖୋଳତାଡ଼ କରୁଥିବା ବେଳେ ଏଥିରେ ଆହୁରି ବଡ଼ ବଡ଼ ନାଁ ସାମନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

The post NCBରେ ହାଜର ହେଲେ ଦୀପିକା appeared first on Odisha Reporter.



from Odisha Reporter https://ift.tt/2RYsGuy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages