ରାସ୍ତାରେ ପଡ଼ିଛି ଶବ, କାନ୍ଧ ଦେବାକୁ ଆସୁ ନାହାନ୍ତି ଗାଁ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ରାସ୍ତାରେ ପଡ଼ିଛି ଶବ, କାନ୍ଧ ଦେବାକୁ ଆସୁ ନାହାନ୍ତି ଗାଁ ଲୋକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବଞ୍ଚିଥିବା ବେଳେ ବାସନ୍ଦ କରିଦେଲେ ଗାଁ ଲୋକେ। ଶେଷରେ ମରିବା ପରେ ବି ୪ କାନ୍ଧ ଦେବାକୁ ଆଗେଇ ଆସିଲେନି। ମୃତକଙ୍କ ପତ୍ନୀ ଓ ଝିଅମାନେ ମୃତଦେହକୁ ମଶାଣିକୁ ନେବାକୁ ଚେଷ୍ଟା କରି ବିଫଳ ହେବାରୁ ଗତକାଲି ରାତିରୁ ରାସ୍ତାରେ ପଡ଼ି ରହିଛି ଶବ। ହେଲେ ସତ୍କାର ନିମନ୍ତେ କେହି ଧରାଛୁଆଁ ଦେଉ ନାହାନ୍ତି। ଏପରି  ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁରେ ଦେଖିବାକୁ ମିଳିଛି। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଯୋଗୁ କିଭଳି ଗାଁ ଲୋକଙ୍କ ମାନବିକତା ହଜିଯାଏ, ତା’ର କରୁଣ ଚିତ୍ର ଏହି ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗାଁର ପ୍ରଫୁଲ ଡାକୁଆଙ୍କ ପରିବାରକୁ ବର୍ଷେ ପୂର୍ବେ ଗାଁ କଙ୍କାରୁ କୋର୍ଟରେ ବାସନ୍ଦ କରାଯାଇଥିଲା। ଫଳରେ ତାଙ୍କ ସହ ଗାଁ ଲୋକେ କଥାବାର୍ତ୍ତା କରୁ ନ ଥିଲେ।  ଗତକାଲି ତାଙ୍କ ମୃତ୍ୟୁ ଘଟିଥିଲା।  ଘରେ କେହି ପୁରୁଷ ନ ଥିବାରୁ ଶବ ସତ୍କାର ନିମନ୍ତେ ମୃତକଙ୍କ ପତ୍ନୀ ଓ ୨ ଝିଅ ଗାଁ ଲୋକଙ୍କୁ କାକୁତି ମିନତୀ ହେବା ସତ୍ତ୍ୱେ କେହି ଶୁଣି ନ ଥିଲେ।

ଶେଷରେ  ସେମାନେ ମୃତଦେହ ମଶାଣିକୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ମୃତଦେହକୁ ଘରୁ ବହୁ କଷ୍ଟରେ ରାସ୍ତା ଉପରକୁ ଆଣିବା ପରେ ଆଉ ମଶାଣିକୁ ନେଇପାରି ନ ଥିଲେ। ଫଳରେ ଗତକାଲିଠୁ ମୃତଦେହ ଗାଁ ରାସ୍ତାରେ ପଡ଼ି ରହିଛି।  ଏହାପରେ ମଧ୍ୟ ଶବ ସତ୍କାର ପାଇଁ ଗ୍ରାମବାସୀ ସହଯୋଗ କରୁ ନାହାନ୍ତି। ଘଟଣାସ୍ଥଳରେ ଶରଣକୂଳ ଥାନା ପୁଲିସ ଏବଂ ତହସିଲଦାର ପହଞ୍ଚି  ଗାଁ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାପଡିଛି ।

The post ରାସ୍ତାରେ ପଡ଼ିଛି ଶବ, କାନ୍ଧ ଦେବାକୁ ଆସୁ ନାହାନ୍ତି ଗାଁ ଲୋକ appeared first on Odisha Reporter.



from Odisha Reporter https://ift.tt/3c8BNlG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages