ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସଂପର୍କରେ ପଚାରିଲେ। ୨୦୧୩ରୁ ସିବିଆଇ ତଦନ୍ତ କରୁଛି। ମୋତେ ବି ପୂର୍ବରୁ ପଚାରିଥିଲେ। ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି, ସେ ସଂପର୍କରେ ପଚାରିଲେ। ମନ୍ତ୍ରୀ ଭାବେ ମୋର ତ ନିଜସ୍ୱ ନିଷ୍ପତ୍ତି ନଥିଲା, ସବୁ ସରକାରୀ ନିଷ୍ପତ୍ତି ଥିଲା। ମୋତେ ଡକ୍ୟୁମେଣ୍ଟ ମାଗିଲେ। ଡକ୍ୟୁମେଣ୍ଟ ସବୁ ପର୍ଯ୍ୟଟନ ବିଭାଗରେ ଅଛି।’

ଆଜି ଘରେ ସିବିଆଇ ରେଡ୍ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର। ତେବେ ଏହା ସହିତ ସେ କହିଛନ୍ତି ଯେ ସିବିଆଇ ରେଡ୍ କରି ନଥିଲା। କାଗଜପତ୍ର ବିଷୟରେ ପଚାରିଥିଲା।

ଭୁବନେଶ୍ୱର: ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଆଜି ସିବିଆଇ ପକ୍ଷରୁ ରେଡ୍ କରାଯାଇଛି। ତାଙ୍କର ସ୍ଥାନୀୟ ୟୁନିଟ-1 ସ୍ଥିତ ବାସଭବନ…

Odisha Reporter यांनी वर पोस्ट केले शुक्रवार, १८ सप्टेंबर, २०२०

ଭୁବନେଶ୍ୱରର ୟୁନିଟ୍-୧ ସ୍ଥିତ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା। ୪ରୁ ୫ ଜଣିଆ ଟିମ୍ ପ୍ରାୟ ୩ ଘଣ୍ଟା ଧରି ସେଠାରେ ରହିଥିଲେ। ଫେରିବା ବେଳେ ସେମାନେ କିଛି କାଗଜପତ୍ର ସାଙ୍ଗରେ ନେଇଯାଇଥିବା ଦେଖିବାକୁ ମିଳିଥିଲା।

ସେହିପରି ଶ୍ରୀ ମିଶ୍ରଙ୍କ ନରସିଂହପୁର ସ୍ଥିତ ପୈତୃକ ଘରେ ମଧ୍ୟ ସିବିଆଇ ରେଡ୍ କରାଯାଇଛି। ଭୁବନେଶ୍ୱର ଓ ନରସିଂହପୁର ସମେତ ୭ଟି ସ୍ଥାନରେ ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସି ସୋର ଗ୍ରୁପ ୫୦୦ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ରହିଛି। ଏହି ମାମଲାରେ ପୂର୍ବରୁ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ।

The post ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର appeared first on Odisha Reporter.



from Odisha Reporter https://ift.tt/2Ec6RVc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages