ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮ରେ ପହଞ୍ଚି ଯାଇଛି।

ମୃତ ୧୫ ଜଣ ମଧ୍ୟରୁ ବାଲେଶ୍ୱର, କଟକ, ଖୋର୍ଦ୍ଧାରୁ ୩ ଲେଖାଏଁ  କରୋନା  ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀରୁ ୨, ବଲାଙ୍ଗିର, ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ। ଏହାବ୍ୟତୀତ ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବାଲେଶ୍ୱରର ୬୧ ଓ ୭୦ ବର୍ଷୀୟ ମହିଳା ଓ ୫୬ ବର୍ଷୀୟ ପୁରୁଷ ମୃତ। କଟକର ୪୦ ଓ ୬୮ ବର୍ଷୀୟ ପୁରୁଷ ଓ ୮୨ ବର୍ଷୀୟା ମହିଳା ମୃତ। ଖୋର୍ଦ୍ଧାର ୩ ମୃତକ ଭୁବନେଶ୍ୱରର। ସେମାନଙ୍କ ବୟସ ଯଥାକ୍ରମେ ୭୩, ୫୦, ୬୦। ପୁରୀର ୬୫ ଓ ୪୯ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ। ବଲାଙ୍ଗିରର ୭୪, ଝାରସୁଗୁଡ଼ାର ୬୭ ବର୍ଷୀୟ ପୁରୁଷ ମୃତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫ appeared first on Odisha Reporter.



from Odisha Reporter https://ift.tt/33bN4z5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages