ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ମୁମ୍ବାଇ: ସିବିଆଇ ହାତରେ ଥିବା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଖୋଳତାଡ଼ କରୁଛି ନାରକୋଟିକ୍ସସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଏନସିବି ରାଡାରରେ ରହିଛନ୍ତି ବଲିଉଡର ଟପ୍ ସେଲିବ୍ରିଟିମାନେ। ଲଗାତର ସମନ, ଜେରା, ଗିରଫ ଜାରି ରହିଛି। ନିକଟରେ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ରକୁଲ ପ୍ରୀତ୍ ସିଂହ ଏବଂ ଶ୍ରଦ୍ଧା କପୁରଙ୍କୁ ଜେରା କରାଯାଇଛି। ତେବେ ତଦନ୍ତ ପ୍ରକ୍ରିୟାରେ ବ୍ୟସ୍ତ ଏନସିବି ଦ୍ୱାରା ଏକ ଭୁଲ ହୋଇଯାଇଥିବା ଜଣାପଡ଼ିଛି।

ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ, ଏନସିବି ଅଧିକାରୀମାନେ ଶ୍ରଦ୍ଧା ଓ ସାରାଙ୍କ ଦସ୍ତଖତ ରଖିବାକୁ ଭୁଲିଯାଇଥିଲେ। ଏଣୁ ପୁଣି ଅଧିକାରୀମାନେ ଶ୍ରଦ୍ଧା ଓ ସାରାଙ୍କ ଘରକୁ ଯାଇ ଦସ୍ତଖତ ଆଣିଥିବା ଜଣାପଡ଼ିଛି।

ପ୍ରକୃତରେ ଗତ ଶନିବାର ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଶ୍ରଦ୍ଧା କପୁର ଏବଂ ସାରା ଅଲୀ ଖାନଙ୍କୁ ଜେରା କରିବା ପରେ ଏନସିବି ସେମାନଙ୍କ ଫୋନ୍ ଜବତ କରିଥିଲା। ଅଧିକାରୀମାନେ ଏନେଇ ସେମାନଙ୍କ ଦସ୍ତଖତ ରଖିବା କଥା। ହେଲେ ସେମାନେ ଭୁଲିଯାଇଥିଲେ ବୋଲି ଜଣାପଡ଼ିଛି। ଏଣୁ ଜେରାର ଦୁଇ ଦିନ ପରେ ଦସ୍ତଖତ ଆଣିବାକୁ ଏନସିବି ଟିମକୁ ପୁଣି ସାରା ଓ ଶ୍ରଦ୍ଧାଙ୍କ ଘରକୁ ଯିବାକୁ ପଡ଼ିଥିଲା।

ସୂତ୍ର ଅନୁସାରେ, ସାରା ତାଙ୍କ ଘରେ ନ ଥିଲେ। ଏଣୁ ଏନସିବି ଅଧିକାରୀ ସାରା ଘରର ଜଣେ କର୍ମଚାରୀଙ୍କ ଦସ୍ତଖତ ନେଇ ଫେରିଥିଲେ ବୋଲି ଜଣାପଡ଼ିଛି।

The post ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି appeared first on Odisha Reporter.



from Odisha Reporter https://ift.tt/3id4jUX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages