ଆସିଲା ‍‍‍ବ୍ୟାଙ୍କ‌ କ୍ଲର୍କ ବିଜ୍ଞପ୍ତି, ୧୫୫୮ ପଦବୀ ପାଇଁ କରିହେବ ଅନଲାଇନ୍‌ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ଆସିଲା ‍‍‍ବ୍ୟାଙ୍କ‌ କ୍ଲର୍କ ବିଜ୍ଞପ୍ତି, ୧୫୫୮ ପଦବୀ ପାଇଁ କରିହେବ ଅନଲାଇନ୍‌ ଆବେଦନ

ନୂଆଦିଲ୍ଲୀ: ଆଇବିପିଏସ୍‌ ବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ୍‌ ସହ ଜଡ଼ିତ ବ୍ୟାଙ୍କଗୁଡ଼ିକରେ କ୍ଲର୍କ ନିଯୁକ୍ତି ପାଇଁ ଆସିଛି ବିଜ୍ଞପ୍ତି। ଅନଲାଇନ୍‌ରେ ଆବେଦନ କରି ଆଶାୟୀମାନେ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିପାରିବେ।

‘ଆଇବିପିଏସ୍‌ କ୍ଲର୍କ’ ୨୦୨୦ ପାଇଁ ଆବେଦନ କରିବାକୁ ଥିବା ଆଶାୟୀମାନେ ଅନଲାଇନରେ ଆବେଦନ କରିବାପାଇଁ ibps.inରେ ଆବେଦନ କରିବାକୁ ହେବ। ଆବେଦନ ପ୍ରକ୍ରିୟା ଆଜିଠାରୁ ଅର୍ଥାତ ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଛି।

ଆବେଦନର ଶେଷ ତାରିଖ ସେପ୍ଟମ୍ବର ୨୩ ରହିଛି। ଆବେଦନକାରୀ ସେପ୍ଟେମ୍ବର ୨ରୁ ୨୩ ତାରିଖ ମଧ୍ୟରେ ଆପ୍ଲିକେସନ୍‌ ଫି’ ପେମେଣ୍ଟ କରିପାରିବେ ବା ଦେୟ ଭରିପାରିବେ। ଏଥର ୧୫୫୮ଟି ପଦବୀ ପାଇଁ ନିଯୁକ୍ତି ହେବାର ଅଛି। ଏହି ନିଯୁକ୍ତି ପ୍ରଥମେ ଅନଲାଇନ୍‌ ପ୍ରିଲିମିନାରୀ ପରୀକ୍ଷା ଏବଂ ଅନଲାଇନ୍‌ ମେନ୍‌ ପରୀକ୍ଷା ଦ୍ୱାରା କରାଯିବ।

ଏହି ପରୀକ୍ଷାରେ ସଫଳ ଆଶାୟୀମାନଙ୍କୁ ବ୍ୟାଙ୍କ ଅଫ୍‌ ବରୋଦା, କାନାରା ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ଇଣ୍ଡିଆନ୍ ବ୍ୟାଙ୍କ, ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କ ଆଦିରେ ନିଯୁକ୍ତି ମିଳିବ।

ଅଧିକ ଜାଣିବାକୁ କ୍ଲିକ୍ କରନ୍ତୁ- https://www.ibps.in/wp-content/uploads/DetailedAdvtCRPClerksX.pdf

 

The post ଆସିଲା ‍‍‍ବ୍ୟାଙ୍କ‌ କ୍ଲର୍କ ବିଜ୍ଞପ୍ତି, ୧୫୫୮ ପଦବୀ ପାଇଁ କରିହେବ ଅନଲାଇନ୍‌ ଆବେଦନ appeared first on Odisha Reporter.



from Odisha Reporter https://ift.tt/31Py3SH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages