ସିଆରପିଏଫ ଯବାନ ପୋଷାକ ପିନ୍ଧି ଲୁଟୁଥିଲେ, ୯ ଜଣ ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ସିଆରପିଏଫ ଯବାନ ପୋଷାକ ପିନ୍ଧି ଲୁଟୁଥିଲେ, ୯ ଜଣ ବନ୍ଧା ହେଲେ

ବାଲିଗୁଡ଼ା(ଅଜିତ ନାୟକ):  ସିଆରପିଏଫ ଯବାନ ପୋଷାକ ପିନ୍ଧି ନକଲି ବନ୍ଧୁକ ଦେଖାଇ ଲୁଟୁତରାଜ ଚଳାଇଥିବା ଏକ ଗ୍ୟାଙ୍ଗକୁ  କାବୁ କରିଛି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ପୁଲିସ୍‌। ଗ୍ୟାଙ୍ଗର ୯ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ଟି ମୋବାଇଲ, ଗୋଟିଏ ବାଇକ,  ନଗଦ ୧୨ ହଜାର ଟଙ୍କା, ଗୋଟିଏ ନକଲି ବନ୍ଧୁକ, ୨ ସିଆରପିଏଫ ଯବାନଙ୍କ ପୋଷାକ ଓ ମାରଣାସ୍ତ୍ର ଜବତ କରିଛି ।

ସୂଚନାଯୋଗ୍ୟ,  କୋଟଗଡ ନିକଟ ମାଦାଗୁଡା ନିକଟରେ ଗତ କିଛି ଦିନ ଧରି ରାତି ଅଧରେ ବାଇକ୍‌ ଆରୋହୀ ଓ ଟ୍ରକ ଡ୍ରାଇଭରଙ୍କୁ ଟାର୍ଗେଟ କରି ଲୁଟୁଥିଲେ ଏହି ଗ୍ୟାଙ୍ଗ ସଦସ୍ୟ । ଏହାପରେ ଏହି ଗ୍ୟାଙ୍ଗକୁ ଧରିବାକୁ ତୁମୁଡିବନ୍ଧ ପୁଲିସ୍‌ ଜାଲ ବିଛାଇଥିଲା। ଗତ ସୋମବାର ରାତିରେ ମାଦାଗୁଡା ନିକଟରେ ଲୁଟ୍‌ କରିବାକୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ଛିଡ଼ା ହୋଇଥିବା ବେଳେ ପୁଲିସ୍‌  ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।  ଏହି ସବୁ ଗ୍ୟାଙ୍ଗର ସମସ୍ତ ସଦସ୍ୟ ତୁମୁଡିବନ୍ଧର ବୋଲି ପୁଲିସ୍‌ କହିଛି ।  

 

The post ସିଆରପିଏଫ ଯବାନ ପୋଷାକ ପିନ୍ଧି ଲୁଟୁଥିଲେ, ୯ ଜଣ ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/3lGBiDR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages