ରିଆ ଦେଲେ ଏଫ୍‌ଆଇଆର୍‌, ସୁଶାନ୍ତଙ୍କ ଭଉଣୀ ଦେଲେ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ରିଆ ଦେଲେ ଏଫ୍‌ଆଇଆର୍‌, ସୁଶାନ୍ତଙ୍କ ଭଉଣୀ ଦେଲେ ଜବାବ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଚାଲିଥିବା ବେଳେ ଟଙ୍କା ହଡ଼ପ ଓ ଡ୍ରଗ୍ସ ଦିଗକୁ ନେଇ ଯଥାକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତଦନ୍ତ କରୁଛନ୍ତି। ଏହା ମଧ୍ୟରେ ଏନ୍‌ସିବି ରିଆଙ୍କୁ ଜେରା କରିଥିବା ବେଳେ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି। ତେବେ ପୂରା ଘଟଣାକ୍ରମରେ ଏକ ନୂଆମୋଡ଼ ଆସିଛି। ସୋମବାର ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା, ମିତୁ ସିଂହ ଓ ରାମ ମନୋହର ଲୋହିଆ ହସ୍‌ପିଟାଲ୍‌ର ଡାକ୍ତର ତରୁଣ କୁମାରଙ୍କ ବିରୋଧରେ ରିଆ ଚକ୍ରବର୍ତ୍ତୀ ଥାନାରେ ଏଫ୍‌ଆଇଆର୍ ଦେଇଛନ୍ତି।

ରିଆ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ପାଇଁ ପ୍ରିୟଙ୍କା ମିଛ ମେଡିକାଲ୍ ପ୍ରେସ୍‌କ୍ରିପ୍ସନ୍ ତିଆରି କରିଥିଲେ। ସେ ସୁଶାନ୍ତଙ୍କୁ ବେଆଇନ ଭାବେ ଔଷଧ ଖାଇବାକୁ ଦେଉଥିଲେ, ଯାହା ଏନ୍‌ଡିପିଏସ୍‌ (Narcotic Drugs and Psychotropic Substances) ଆକ୍ଟ ଅଧୀନରେ ଆସୁଛି।

ରିଆଙ୍କ ଏହି ଏଫ୍‌ଆଇଆର୍‌ ଉପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, କୌଣସି କଥା ଆମକୁ ଭାଙ୍ଗି ପାରିବ ନାହିଁ। ଏକ ମିଛ ଏଫ୍‌ଆଇଆର୍ କେବେ ବି ନୁହେଁ!


ଏହି ଏଫ୍‌ଆଇଆର୍‌କୁ ନେଇ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂହ କହିଛନ୍ତି ଯେ ରିଆ ମାମଲାକୁ ବାଟବଣା କରିବାକୁ ପ୍ରୟାସ କରୁଛନ୍ତି। ଏହା ସହିତ ସେ ରିଆଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି।

ବିକାଶ ସିଂହ କହିଛନ୍ତି ଯେ ରିଆ ଜବରଦସ୍ତି ମୁମ୍ବାଇ ପୁଲିସ୍‌କୁ ଏହି ମାମଲାରେ ଭର୍ତ୍ତି କରିବାକୁ ପ୍ରୟାସ କରୁଛନ୍ତି। ଏ ମାମଲା ସିବିଆଇ ହାତରେ ଅଛି। ମୁମ୍ବାଇ ପୁଲିସ୍ ପାଖରେ କିଛି କରିବାର ଅଧିକାର ନାହିଁ। ରିଆଙ୍କ ଅଭିଯୋଗ ଆଇପିସି ଧାରା ୧୮୨ର ଉଲ୍ଲଂଘନ କରୁଛି। ଯଦି ରିଆଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଗଲା, ତା’ହେଲେ ସୁଶାନ୍ତଙ୍କ ପରିବାର ବି ଏହା ଉପରେ ପଦକ୍ଷେପ ନେବ।

The post ରିଆ ଦେଲେ ଏଫ୍‌ଆଇଆର୍‌, ସୁଶାନ୍ତଙ୍କ ଭଉଣୀ ଦେଲେ ଜବାବ appeared first on Odisha Reporter.



from Odisha Reporter https://ift.tt/2R5xZIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages