ଚଳିତ ମାସରୁ ଭାରତରେ ହେବ ସ୍ପୁଟନିକ୍-Vର କ୍ଲିନିକାଲ୍ ଟ୍ରାଏଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ଚଳିତ ମାସରୁ ଭାରତରେ ହେବ ସ୍ପୁଟନିକ୍-Vର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ:  କରୋନା ମହାମାରୀର ଉଗ୍ର ରୂପ ଭାରତରେ ଦେଖିବାକୁ ମିଳୁଥିବା ବେଳେ ଏହା ଥମିବାର ନାଁ ଧରୁନି। ଏପରି ସ୍ଥିତିରେ କରୋନା ବେଗ ଉପରେ ରୋକ ଲଗାଇବାକୁ କେବଳ ଭ୍ୟାକସିନ୍‌କୁ ଅପେକ୍ଷା କରାଯାଇଥିବା ବେଳେ ଏପରି ସସମୟରେ ଆସିଛି ଏକ ଭଲ ଖବର

ଚଳିତ ମାସରୁ ଭାରତ ସମେତ ବିଭିନ୍ନ ଦେଶରେ ଆରମ୍ଭ ହେବ ରୁଷ ଟିକା ସ୍ପୁଟନିକ୍ -Vର କ୍ଲିନିକାଲ୍ ଟ୍ରାଏଲ୍ । ରୁଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ-ଆର୍ଡିଆଏଫ୍ର ସିଇଓ କିରିଲ୍ ଡିମିଟ୍ରିଭ ଏହି ସୂଚନା ଦେଇଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ।

ଚଳିତ ମାସରୁ ଭାରତ ସମେତ ସାଉଦିଆରବ, ୟୁଏଇ, ଫିଲିପିନ୍ସ ଓ ବ୍ରାଜିଲ୍‌ରେ  ସ୍ପୁଟନିକ୍ – V କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହେବ ବୋଲି ଜଣାପଡିଛି । ଇନଭେଷ୍ଟମେଣ୍ଟ ଫଣ୍ଡ-ଆର୍ଡିଆଏଫ୍ର ସିଇଓ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ,  ଋଷରେ ପଞ୍ଜିକରଣ ପରଠୁ ଅଗଷ୍ଟ ୨୬ରୁ ୪୦ ହଜାର ଲୋକଙ୍କୁ ନେଇ ସ୍ପୁଟନିକ୍ Vର ଗବେଷଣା ଚାଲିଛି ଏବଂ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ ଅକ୍ଟୋବରରୁ ନଭେମ୍ବର ଭିତରେ ପ୍ରକାଶିତ ହେବ  ।

ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଥିବା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ଥିତିର ମୁକାବିଲା ପାଇଁ  ସ୍ପୁଟନିକ୍-V ର ସ୍ଥାନୀୟ ଉତ୍ପାଦନ ଲାଗି ମସ୍କୋ ସହ ଯୋଗାଯୋଗରେ ରହିଛି ନୂଆଦିଲ୍ଲୀ ।

ଅଗଷ୍ଟରେ ବିଶ୍ୱର ପ୍ରଥମ  କରୋନା ଟିକା ଭାବେ ସ୍ପୁଟନିକ୍-Vର ପଞ୍ଜିକରଣ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଘୋଷଣା ପରଠୁ ଏହି ଟିକାକୁ ନେଇ ଉତ୍କଣ୍ଠା ଲାଗି ରହିଛି।

The post ଚଳିତ ମାସରୁ ଭାରତରେ ହେବ ସ୍ପୁଟନିକ୍-Vର କ୍ଲିନିକାଲ୍ ଟ୍ରାଏଲ୍ appeared first on Odisha Reporter.



from Odisha Reporter https://ift.tt/3jT3TUM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages