ବାଘ ମୁଣ୍ଡ ଓ ଛାଲ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 19, 2020

ବାଘ ମୁଣ୍ଡ ଓ ଛାଲ ଜବତ

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଟିପାଝର ଗାଁରେ ଜଣଙ୍କ ଘରୁ ବନ ବିଭାଗ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ଜବତ କରିଛି।

ବିଶେଷ ସୂତ୍ରରୁ ଖବର ପାଇ ନୂଆପଡ଼ା ବନ ବିଭାଗ ଟିପାଝର ଗାଁର ଏହି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ସହିତ ୨୦ କିଲୋ ବାର୍‌ହା ମାଂସ ଜବତ କରାଯାଇଛି। ତା’ସହିତ ବଜ୍ରକପ୍ତାର କାତି ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଶିକାରୀଙ୍କ ସଂଖ୍ୟା ବଢିବାର ସମ୍ଭାଵନା ଅଛି। ବନ ବିଭାଗର ଏସିଏଫ ଜୟରାମ ଶବର ଓ ରେଞ୍ଜର ବିନୀତା ଭୋଇ ଗାଁରେ ରହି ଘଟଣାର ତଦନ୍ତ ଚଲାଇଛନ୍ତି।

The post ବାଘ ମୁଣ୍ଡ ଓ ଛାଲ ଜବତ appeared first on Odisha Reporter.



from Odisha Reporter https://ift.tt/32JBACA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages