ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 19, 2020

ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା…

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗତକାଲି  ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲକ୍ଷ୍ମୀଧର ମଲ୍ଲିକ।

ଲକ୍ଷ୍ମୀଧରର ବୋହୂଙ୍କ ପିଲାପିଲି ହେଉ ନଥିଲା। ଶିଶୁ ବଳି ଦେଲେ ପିଲାପିଲି ହେବ ବୋଲି ଠାକୁର ତାକୁ ସ୍ୱପ୍ନାଦେଶ କରିଥିଲେ। ସେଥିଲାଗି ସେ ସେହି ୭ ବର୍ଷର ଶିଶୁକୁ ହତ୍ୟା କରିଛି ବୋଲି ପୁଲିସ ନିକଟରେ କହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,  ଗତ ୧୪ ତାରିଖରେ ଧଇଁଆ ସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ହିମାଂଶୁଙ୍କ ଘରଠାରୁ ୩୦୦ ମିଟର ଦୂର ଏକ ପୋଖରୀରେ ଗୋଟିଏ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ମୃତଦେହ ଉଦ୍ଧାର ପରେ ତାହା ହିମାଂଶୁଙ୍କର ବୋଲି ଜଣାପଡ଼ିଥିଲା। ତାଙ୍କ ବେକକୁ ଗୋଟିଏ ପ୍ଲାଷ୍ଟିକ ରଶିରେ ଭିଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।  ଏହା ଛଡ଼ା ଘରଠାରୁ ଅଧ କିଲୋମିଟର ଦୂରରେ ଥିବା ମଶାଣିରୁ ତାଙ୍କ ରକ୍ତଭିଜା ପୋଷାକ ପଡ଼ିଥିଲା।

ପୁଲିସ ଏହି ଘଟଣାରେ ତଦନ୍ତ କରି ଲକ୍ଷ୍ମୀଧରକୁ ଗିରଫ କରି ଗତକାଲି ପଚରାଉଚରା କରିଥିଲା।  ସେ ଶିଶୁଟିକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।

The post ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା… appeared first on Odisha Reporter.



from Odisha Reporter https://ift.tt/3hObsKU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages