ଦୋକାନରେ ପଶି ଲୁଟି ନେଲେ ଦେଢ଼ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ଦୋକାନରେ ପଶି ଲୁଟି ନେଲେ ଦେଢ଼ ଲକ୍ଷ

ଆସିକା(ମନୋଜ ମୁନି): ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଥିବା ଏକ ଲୁଗା ଦୋକାନରୁ ଦେଢ଼ ଲକ୍ଷ ଲୁଟ୍‌ ନେଇଥିବା ଅଭିଯୋଗ ହୋଇଛି ।

ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଲୁଗା ଦୋକାନ ଭିତରକୁ ଗ୍ରାହକ ସାଜି ପଶିଥିଲେ ଦୁଇ ଲୁଟେରା । ବାଇକ୍‌ରେ ଆସିଥିବା ତିନି ଲୁଟେରାଙ୍କ ମଧ୍ୟରୁ ଜଣେ ବାଇକ ଷ୍ଟାର୍ଟ କରି ବାହାରେ ଅପେକ୍ଷା କରିଥିଲା । ଦୁଇ ଲୁଟେରା ଦୋକାନ ଭିତରେ ପଶି ସେଲସମ୍ୟାନଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ଏହା ପରେ ମାଲିକଙ୍କୁ ଧକ୍କା ଦେଇ ଟଙ୍କା ଲୁଟି ନେଇଥିଲେ । ମାତ୍ର କେଇ ମିନିଟ୍ ଭିତରେ ଲୁଟି ସାରି ଅନାୟାସରେ ଫେରାରେ ହୋଇଯାଇଥିଲେ  ତିନି ଦୁର୍ବୃତ୍ତ । ତେବେ ଲୁଟ୍‌ର ଏ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି ।

The post ଦୋକାନରେ ପଶି ଲୁଟି ନେଲେ ଦେଢ଼ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3hNlSuh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages