ମୁମ୍ବାଇ: ରାସ୍ତା ଉପରେ ୮ ଫୁଟ୍ ଲମ୍ବର ବିରାଟ ଅଜଗର। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇେଓ୍ୱରେ । ଅଜଗର ନାଁ ଶୁଣି ଲୋକଙ୍କ ମନରେ ଛନକା ପଶି ଯାଇଥିଲେ ମଧ୍ୟ ଦେଖିବାକୁ ଭି଼ଡ଼ ଜମିଥିଲା ।
ରାସ୍ତା ଉପରକୁ ଏତେ ବଡ଼ ସାପ ଚାଲି ଆସିବା ପରେ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡ଼ିଛନ୍ତି।
ସାପଟିକୁ ଉଦ୍ଧାର ପାଇଁ ଚେଷ୍ଟା କରାଯିବା ବେଳେ ଏହା ରାସ୍ତା ଉପରେ ଏଣେତେଣେ ଯିବାକୁ ଲାଗିଥିଲା । ଏପରିକି ଏକ କାର୍ ଚକା ତଳେ ଏହା ଗୁଡ଼ାଇ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା । ବହୁ କସରତ ପରେ ବନ ବିଭାଗ କର୍ମଚାରୀ ସାପଟିକୁ ଉଦ୍ଧାର କରିଥିଲେ ।
The post ରାସ୍ତା ଉପରେ ଅଜଗର, ନାକେଦମ ହେଲା ବନ ବିଭାଗ appeared first on Odisha Reporter.
from Odisha Reporter https://ift.tt/2RMz3B9
No comments:
Post a Comment