କାଲି ହୋଇପାରେ ଚୀନ୍, ଭାରତ ‌ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

କାଲି ହୋଇପାରେ ଚୀନ୍, ଭାରତ ‌ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି  ରହିଥିବା ବେଳେ ସୀମାରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଛି। ଏପରି ସମୟରେ ଉଭୟ ଦେଶ ସୀମାରେ ନିଜ ସ୍ଥିତି ମଜବୁତ କରିବାକୁ ଲାଗି ପଡ଼ିଥିବା ବେଳେ ପ୍ରତିପକ୍ଷର ଗତିବିଧି ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ରଖିଛନ୍ତି।

ସୀମାରେ ଉଭୟ ଦେଶ ସୈନ୍ୟ ମୁହାଁମୁହିଁ ହେଉଥିବା ବେଳେ ଲଦାଖରୁ ସଂପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରି ପାରନ୍ତି ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ୟି । ଏଥିଲାଗି ଆସନ୍ତାକାଲି ସନ୍ଧ୍ୟାରେ ଚୀନ୍ ବୈଦେଶିକ ମନ୍ତ୍ରୀ ମସ୍କୋରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୦ ତାରିଖ ଦିନ ଦୁଇ ନେତା ଲଦାଖ ବିବାଦର ସମାଧାନ ଉପରେ ଆଲୋଚନା କରିପାରନ୍ତି ।

ରୁଷିଆନ୍ ଫେଡେରେସନ ପକ୍ଷରୁ ଆୟୋଜିତ ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନରେ ଯୋଗଦେବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଆଜି ସନ୍ଧ୍ୟାରେ ମସ୍କୋରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।

ଚୀନ୍ ପ୍ରତିପକ୍ଷଙ୍କୁ ଜୟଶଙ୍କର ୩ ହଜାର ୪୮୮ କିଲୋମିଟର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅତୀତ ରାଜିନାମା ଅନୁଯାୟୀ ସର୍ବନିମ୍ନ ସୈନ୍ୟ ମୁତୟନ କଥା ମନେପକାଇଦେବେ । ଏଥିସହ ପାଙ୍ଗଙ୍ଗ ହ୍ରଦର ହଟ୍‌ସ୍ପ୍ରିଙ୍ଗ  ଓ ଫିଙ୍ଗର ୪ ଅଞ୍ଚଳରେ ଚୀନ୍ ସୈନ୍ୟମାନେ ପୂର୍ବ ସ୍ଥିତି ଫେରାଇ ଆଣନ୍ତୁ ବୋଲି ସେ ଦାବି କରିବେ ।

The post କାଲି ହୋଇପାରେ ଚୀନ୍, ଭାରତ ‌ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା appeared first on Odisha Reporter.



from Odisha Reporter https://ift.tt/3iagNgC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages