ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସମ୍ପତ୍ତି ପାଇଁ ବାପା ଓ ବଡ଼ ଭାଇର ଗଳା କାଟିଦେଲା ଜଣେ ଯୁବକ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିର ଗଣେଶ ବଜାରରେ।
ଗୁରୁତର ଅବସ୍ଥାରେ ହରିହର ସାହୁ ଓ ତାଙ୍କ ପୁଅ ଲକ୍ଷ୍ମୀଧର ସାହୁଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସାନ ଭାଇ ସନ୍ତୋଷ ସାହୁ ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ, ସନ୍ତୋଷ ଭୁବନେଶ୍ୱରରେ ରୁହନ୍ତି। ଗତକାଲି ସେ ସମ୍ପତ୍ତି ଭାଗବାଣ୍ଟ ପାଇଁ ଗାଁରେ ପହଞ୍ଚିଥିଲେ। ଆଜି ସକାଳେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବଡ଼ ଭାଇ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ସନ୍ତୋଷ ରାଗି ଯାଇ ଏକ ଧାରୁଆ ବ୍ଲେଡ୍ରେ ବଡ଼ଭାଇ ଓ ବାପାଙ୍କ ଗଳାକୁ କଟିଦେଇ ଫେରାର ହୋଇଯାଇଥିଲେ।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପରିବାର ଲୋକେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
The post ସମ୍ପତ୍ତି ପାଇଁ ବାପା ଓ ବଡ଼ ଭାଇର ବେକ କାଟିଦେଲା ସାନ ପୁଅ appeared first on Odisha Reporter.
from Odisha Reporter https://ift.tt/3514krO
No comments:
Post a Comment