ଦିନକରେ ଦେଶରେ ୮୩,୮୩୩ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୭ ହଜାର ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ଦିନକରେ ଦେଶରେ ୮୩,୮୩୩ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୭ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଦିନକରେ ୮୩,୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏକ ରେକର୍ଡ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଲକ୍ଷ ପାର ହୋଇଯାଇଛି।

ଦେଶରେ ଏଯାବତ୍ ଚିହ୍ନଟ ହୋଇଥିବା ୩୮,୫୩,୪୦୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୯,୭୦,୪୯୨ ଜଣ ସୁସ୍ଥ ହୋଇସାରିଛନ୍ତି। ୮,୧୫,୫୩୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୬୭,୩୭୬ ଜଣଙ୍କର ମୃତ୍ୟୁ ଘଟିଛି।

ଏବେବି କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଭାବେ ମହାରାଷ୍ଟ୍ର ଆଗରେ ରହିଛି। ଏହା ପଛକୁ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକା ରହିଛନ୍ତି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୭,୪୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮, ୨୫, ୭୩୯ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୨୫, ୧୯୫ ଜଣଙ୍କ ମୃତ୍ୟୁ ହୋଇସାରିଛି।


ଆନ୍ଧ୍ର ପ୍ରଦେଶରେ ୧୦, ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ମୋଟ ସଂଖ୍ୟା ୪,୪୫,୧୩୯ରେ ପହଞ୍ଚି ଯାଇଛି।

ତାମିଲନାଡୁରେ ୫,୯୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୯୫୯ରେ ପହଞ୍ଚିଯାଇଛି। ଏଠାରେ ୭,୫୧୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

କର୍ଣ୍ଣାଟକାରେ ୯,୮୦୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୧,୩୪୧ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୫,୯୫୦ରେ ପହଞ୍ଚିଯାଇଛି।

The post ଦିନକରେ ଦେଶରେ ୮୩,୮୩୩ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୭ ହଜାର ଟପିଲା appeared first on Odisha Reporter.



from Odisha Reporter https://ift.tt/2Gt2rdz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages