ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଡ଼ିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ସେ ଦିନ ଆଉ ଦୂର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା।’ ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଭର୍ଚୁଆଲ ସମାବେଶରେ ଏପରି ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା।
ଆଜି ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଭିଡିଓ କନଫରେନ୍ସିଂରେ ବୈଠକ ଚାଲିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ବୈଠକକୁ ଉଦଘାଟନ କରିଥିବା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଛନ୍ତି।
ରାଜ୍ୟର ବିଜେପି କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ ନଡ୍ଡା କହିଛନ୍ତି, କାର୍ଯ୍ୟକର୍ତ୍ତା ସବୁବେଳେ ଆତ୍ମଚିନ୍ତନ କରି ନିଜ ଯୋଗ୍ୟତା ବଢ଼ାଇବା ଜରୁରୀ। ସେମାନେ ନିଜ ପ୍ରଭାବ ଏବଂ ପରିପକ୍ୱତା ବଢ଼ାଇବା ଜରୁରୀ। ଯୋଗ୍ୟତା, ଉପଯୋଗିତା, ପ୍ରଭାବ, ପରିପକ୍ୱତା ଉପରେ ଚିନ୍ତନ ଜରୁରୀ।
ଓଡ଼ିଶାରେ କର୍ମକର୍ତ୍ତାମାନେ ଧିରେ ଧିରେ ଦଳକୁ ଆଗକୁ ବଢ଼ାଇ ପାରିଛନ୍ତି। ଲମ୍ବା ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ତେଣୁ ରାଜ୍ୟରେ ସରକାର ଗଠନ ଦିନ ଦୂର ନୁହେଁ ବୋଲି କହି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ନଡ୍ଡା। ଏହି ସମାବେଶରେ ଓଡ଼ିଶା ପରିପ୍ରେକ୍ଷୀରେ ରାଜନୈତିକ ଶପଥପାଠ ହେବ ।
୨୦୧୪ରେ ଆମକୁ ୨୧%, ଏଥର ଲୋକସଭାରେ ୩୮% ଭୋଟ ମିଳିଛି। ଏହାକୁ ୫୦% ଉପରକୁ ନେବାକୁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
The post ‘ରାଜ୍ୟରେ ବିଜେପି ସରକାର ଗଠନ ଡେରି ନାହିଁ’ appeared first on Odisha Reporter.
from Odisha Reporter https://ift.tt/3h8rak0
No comments:
Post a Comment