ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ, ମୃତକଙ୍କ ମଧ୍ୟରେ ଜଣଙ୍କୁ ହୋଇଥିଲା ୧୩ ବର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ, ମୃତକଙ୍କ ମଧ୍ୟରେ ଜଣଙ୍କୁ ହୋଇଥିଲା ୧୩ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା  ଆକ୍ରାନ୍ତ ।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୮ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।


ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର। ସେହିପରି ବଲାଙ୍ଗିର, କଟକ, ଗଞ୍ଜାମ, ମାଲକାନଗିରି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ମାଲକାନଗିରିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ ଲ୍ୟୁକୋମିଆରେ ପୀଡ଼ିତ ଥିଲେ।


ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଥିବା ବେଳେ ବଲାଙ୍ଗିରରେ ୮, କଟକରେ ୩୭, ଗଞ୍ଜାମରେ ୨୦୦, ମାଲକାନଗିରିରେ ୮ଓ ସୁନ୍ଦରଗଡ଼ରେ ୩୭ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦,୩୩୧ ଜଣ ସୁସ୍ଥ ହୋଇସାରିଲେଣି। ୨୯,୨୯୯ ଜଣ ଚିକିତ୍ସାଧୀନ ଅଛନ୍ତି।

The post ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ, ମୃତକଙ୍କ ମଧ୍ୟରେ ଜଣଙ୍କୁ ହୋଇଥିଲା ୧୩ ବର୍ଷ appeared first on Odisha Reporter.



from Odisha Reporter https://ift.tt/2Z8kY5c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages