ପୂଜା ପାଇଁ ଗାଇଡ୍‌ଲାଇନ୍ ଜାରି କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ପୂଜା ପାଇଁ ଗାଇଡ୍‌ଲାଇନ୍ ଜାରି କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ପୂଜା ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଆଗକୁ
ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୂଜା ଆସୁଥିବା ବେଳେ ଏସବୁର ପାଳନ ନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। କୋରନାକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡ୍‌ଲାଇନ୍ ଜାରି କରିଛନ୍ତି।

କ’ଣ ରହିଛି ଗାଇଡ୍‌ଲାଇନ୍‌ରେ

  • ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ।
  • ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୁଲିସ କମିଶନରଙ୍କ ଅନୁମତି ଲୋଡ଼ା।
  • କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ।
  • ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି।
  • ପୂଜା ମଣ୍ଡପ ତିନି ପାର୍ଶ୍ୱରୁ ସଂପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ୱ ଆଶିଂକ ବନ୍ଦ ରହିବ।
  • ଏମିତି ବନ୍ଦ ରହିବ ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି।
  • ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିବ।
  • ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ୍ ରହିବ।
  • ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି।
  • ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ।
  • ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ।
  • କୌଣସି ସଂଗୀତ ବା ମନୋରଂଜନ କାର୍ଯ୍ୟକ୍ରମ କରାଯାଇ ପାରିବନି।
  • ଗାଇଡ୍‌ଲାଇନ୍ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The post ପୂଜା ପାଇଁ ଗାଇଡ୍‌ଲାଇନ୍ ଜାରି କଲେ ସରକାର appeared first on Odisha Reporter.



from Odisha Reporter https://ift.tt/3imYLbm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages