ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ବିଏମ୍ସି (ଭୁବନେଶ୍ୱର ମହାନଗର ନିଗମ) ପଦକ୍ଷେପ ନେଇଛି। କରୋନାକୁ ନିୟନ୍ତ୍ରଣ କରିବାକୁ ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ବିଏମ୍ସି ନିଷ୍ପତ୍ତି ନେଇଛି। କୋଭିଡ୍ ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସର ପାରୁଲ ପଟ୍ୱାରୀ ଏନେଇ ସୂଚନା ଦେଇଛନ୍ତି।
କ’ଣ କରିବ ବିଏମ୍ସି
- ବ୍ୟାପକ ହେଲ୍ଥ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସ୍ପେନ୍ସ ଟିମ୍ ଗଠନ କରାଯିବ।
- ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍ଇ ସ୍କ୍ରିନିଂ କରିବ ରାପିଡ୍ ରେସ୍ପନ୍ସ ଟିମ୍।
- ହୋମ୍ ଆଇସୋଲେସନ୍ରେ ଥିବା ଘରୁ ବିଏମ୍ସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ।
- ଆକ୍ରାନ୍ତମାନେ କରୋନା ନିୟମ ମାନୁଛନ୍ତି କି ନାହିଁ, ସେ ନେଇ କଡ଼ା ନଜର ରଖିବ।
- କରୋନା ନେଇ ସନ୍ଦେହ ହେଲେ ଲୋକେ ୧୯୨୯କୁ କଲ୍ କରି ତଥ୍ୟ ପାଇପାରିବେ।
The post ଭୁବନେଶ୍ୱରରେ ଗଂଜାମ ଫର୍ମୁଲା appeared first on Odisha Reporter.
from Odisha Reporter https://ift.tt/3ik9vHh
No comments:
Post a Comment