ନୂଆଦିଲ୍ଲୀ: ଶୁକ୍ରବାର ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନର ପ୍ରତିଶୋଧ ନେଇଛି ଭାରତ। କହିଛି ଯେ ଇସଲାମାବାଦ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇ ମିଛ କହିବା ଆରମ୍ଭ କରିଛି। ଏଥିସହ ପାକିସ୍ତାନରେ ହେଉଥିବା ଅଳ୍ପ ସଂଖ୍ୟକଙ୍କ ନିର୍ଯାତନା ଲୁଚାଇବା ପାଇଁ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନ ଏଭଳି ହୀନ ଚକ୍ରାନ୍ତ କରୁଛି ବୋଲି ଭାରତ କହିଛି।
ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି ଟ୍ୱିଟ୍ କରି କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି କୂଟନୀତିକ ପତନର ବଡ଼ ପ୍ରମାଣ। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ମିଥ୍ୟା, ବ୍ୟକ୍ତିଗତ ଆକ୍ରମଣ ଏବଂ ଅତ୍ୟାଚାର ଜାରି ରହିଛି ଏଥିସହ ସୀମାରେ ଆତଙ୍କବାଦଙ୍କ ଆକ୍ରମଣକୁ ନେଇ ପାକିସ୍ତାନ ପାଖରେ ଜବାବ ନାହିଁ। ଏସବୁକୁ ନେଇ ପାକିସ୍ତାନ ଏବେ ଲୁଚିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।
ମିଳିତ ଜାତିସଂଘ ସାଧାରଣ ସଭାର 75 ତମ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ କଶ୍ମୀର ସମେତ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବିଷୟରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ଇମ୍ରାନ୍ ମିଳିତ ଜାତିସଂଘରେ ଉଦବୋଧନ ଦେଇଥିଲେ ସେତେବେଳେ ଭାରତର ସ୍ଥାୟୀ ମିଶନର ସଚିବ ମିଜିଟୋ ଭିନିଟୋ ସାଧାରଣ ସଭା ହଲରୁ ବାହାରି ଆସିଥିଲେ।
ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗକୁ ନିଜ ଅଭିଭାଷଣର ମୁଖ୍ୟ ଅସ୍ତ୍ର କରିଥିଲେ। କଶ୍ମୀର ବିଷୟରେ ଇମ୍ରାନ କହିଛନ୍ତି ଯେ ଭାରତ କାଶ୍ମୀରକୁ ବେଆଇନ ଭାବେ ଦଖଲ କରିଛି ଏବଂ ସେଠାକାର ଲୋକଙ୍କ ମାନବିକ ଅଧିକାରର ଉଲ୍ଲଂଘନ କରୁଛି। ଏହାର ସମାଧାନ ଖୋଜିବା ପାଇଁ ସେ ମିଳିତ ଜାତିସଂଘକୁ ନିବେଦନ କରିଛନ୍ତି। ଧାରା 370 କୁ ଦର୍ଶାଇ ଇମ୍ରାନ କହିଛନ୍ତି ଯେ ଏହା ଦ୍ୱାରା କଶ୍ମୀରବାସୀଙ୍କ ଅଧିକାର ରଦ୍ଦ ହୋଇଛି।
ଇମ୍ରାନ ଅଭିଯୋଗ କରିଛନ୍ତି ଯେ କଶ୍ମୀରରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ ପେଲେଟ ବନ୍ଧୁକ ଦ୍ୱାରା ନୀରବ କରାଯାଉଛି। ଆରଏସଏସ ମନୋନୀତ ବିଜେପିର ଶାସନ ଅଧୀନରେ ଏହି ସବୁ ଘଟୁଛି। ମିଥ୍ୟା ଏନକାଉଣ୍ଟରରେ ହଜାର ହଜାର କାଶ୍ମୀରବାସୀଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ନେତାମାନଙ୍କୁ ଗୃହ ବନ୍ଦୀ କରି ରଖାଯାଇଥିଲା।
ସେହିପରି ସୀମାରେ ହଜାର ହଜାର ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ନେଇ ଭାରତକୁ ଦାୟୀ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ କହିଛନ୍ତି ଯେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି।
The post ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ବର୍ଷିଲା ଭାରତ appeared first on Odisha Reporter.
from Odisha Reporter https://ift.tt/3cBzsQv
No comments:
Post a Comment