୨୯ରୁ ବିଧାନସଭାର ଅଧିବେଶନ, ଗଣମାଧ୍ୟମ ପ୍ରତିନିଧିଙ୍କର ବି ହେବ କୋଭିଡ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

୨୯ରୁ ବିଧାନସଭାର ଅଧିବେଶନ, ଗଣମାଧ୍ୟମ ପ୍ରତିନିଧିଙ୍କର ବି ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର  ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ଏହି ସମୟରେ ସବୁ ପ୍ରକା କରୋନା ସତର୍କତା ଅବଲମ୍ବନ ସହ କଡ଼ାକଡ଼ି ଭାବେ ଗାଇଡ଼ଲାଇନକୁ ପାଳନ କରାଯିବ।

ଏଥିନିମନ୍ତେ ବିଧାୟକଙ୍କ କୋଭିଡ୍ ପରୀକ୍ଷା ହେବ ବୋଲି ବାଚସ୍ପତି ସୂଚନା ଦେଇଥିବା ବେଳେ  ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କର ମଧ୍ୟ ଟେଷ୍ଟ ହେବ ବୋଲି ଜଣାଯାଇଛି।  ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି  ନିଆଯାଇଛି। ଏଣୁ କମ୍ ସଂଖ୍ୟକ ପ୍ରତିନିଧିଙ୍କୁ ପଠାଇବା ଲାଗି ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି।  ଯେଉଁ କର୍ମଚାରୀମାନେ କଭରେଜ୍ ପାଇଁ ଯିବେ, ସେମାନଙ୍କ ନାଁ ଜଣାଇବାକୁ ହେବ । ସେହି ଅନୁସାରେ ପ୍ରତିନିଧିଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି ।

ଏହି ଅନୁସାରେ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ରିପୋର୍ଟର, ଜଣେ କ୍ୟାମେରାପର୍ସନ ଏବଂ ଜଣେ ଆସିଷ୍ଟାଣ୍ଟଙ୍କୁ ମିଶାଇ ୩ ଜଣ ଓ ପ୍ରିଣ୍ଟ ମିଡିଆରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ କଭରେଜ୍ ଲାଗି ଅନୁମତି ଦିଆଯିବ।

ସେହିପରି ବିଧାନସଭାକୁ ୨୮ ତାରିଖରେ ଶେଷ ପର୍ଯ୍ୟାରେ ସାନିଟାଇଜ୍ କରି ଅଞ୍ଚଳରେ ଅନ୍ୟ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

The post ୨୯ରୁ ବିଧାନସଭାର ଅଧିବେଶନ, ଗଣମାଧ୍ୟମ ପ୍ରତିନିଧିଙ୍କର ବି ହେବ କୋଭିଡ ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/3cxkwTp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages