ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଲା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଗଛରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଝାଡ଼ଖଣ୍ଡର କିରିବୁରୁ ଅଞ୍ଚଳର।
ସୂଚନା ଅନୁଯାୟୀ, ମୃତକ ଦ୍ୱୟ ଡେଙ୍ଗୁଲା ପଞ୍ଚାୟତର ବାଲିଯୋଡ଼ି ଗାଁକୁ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ। ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାର୍ଟି ଗଛରେ ପିଟି ହେବା ପରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ କୋଇଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
କୋଇଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି।
The post ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/33JPm7h
No comments:
Post a Comment