ମୋହନା (ଓଡିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଓ ଲୁହାଗୁଡି ରାସ୍ତାରୁ ପୁଲିସ୍ ଏକ ଟ୍ରକରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହା ସହିତ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଜଗୁରାମ ଧୋବି ଏବଂ ଝାରଖଣ୍ଡର ଇନ୍ଦ୍ରପ୍ରସାଦ ଯାଦବ।
ସୂଚନା ଅନୁସାରେ, ଏହି ୨ ଅଭିଯୁକ୍ତ ଅନ୍ତରବା ଅଞ୍ଚଳରୁ ଝାରଖଣ୍ଡ ଅଭିମୁଖେ ଟ୍ରକ୍ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ମୋହନା ପୁଲିସ୍ର ଏକ ସ୍ୱତନ୍ତ୍ର ଦଳ ଚାନ୍ଦିପୁଟ ଓ ଲୁହାଗୁଡି ରାସ୍ତାରୁ ସେହି ଟ୍ରକ୍କୁ ଠାବ କରିଥିଲା। ଟ୍ରକ୍କୁ ଯାଞ୍ଚ କରିବା ବେଳେ ସେଥିରୁ ୨୭ ବସ୍ତା ଗଞ୍ଜେଇ ମିଳିଥିଲା। ଏହାପରେ ପୁଲିସ୍ ଟ୍ରକ୍ ସହିତ ଉକ୍ତ ଗଞ୍ଜେଇକୁ ଜବତ କରିଥିଲା।
ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି।
The post ଟ୍ରକରେ ନେଉଥିଲେ, ଧରା ପଡ଼ିଲେ appeared first on Odisha Reporter.
from Odisha Reporter https://ift.tt/3hStE6t
No comments:
Post a Comment