ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାର ଏକ ଗାଁରୁ ଗତକାଲି ଏକ ତିନି ବର୍ଷ ଝିଅର ମୃତଦେହ ମିଳିଥିବା ବେଳେ ତାକୁ ଦୁଷ୍କର୍ମ କରି ତଣ୍ଟିଚିପି ହତ୍ୟା କରାଯାଇଥିବା ପୁଲିସ୍ କହିଛନ୍ତି। ଗତ ୨୦ ଦିନରେ ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଏହା ହେଉଛି ଦୁଷ୍କର୍ମ ପରେ ହତ୍ୟାର ତୃତୀୟ ଘଟଣା।
୩ ବର୍ଷର ଏହି ଝିଅଟି ବୁଧବାରଠାରୁ ନିଖୋଜ ଥିଲା। ଗୁରୁବାର ସକାଳେ ଘର ଠାରୁ ମାତ୍ର ଅଧକିଲୋମିଟର ଦୂରରେ ଏକ ଚାଷ ଜମିରୁ ତା’ ମୃତଦେହ ମିଳିଥିଲା। ତା’ମୁଣ୍ଡରେ ଆଘାତ ମଧ୍ୟ ଲାଗିଥିଲା। ଗତକାଲି ପୁଲିସ୍ ଏହା ଏକ ହତ୍ୟାକାଣ୍ଡ ବୋଲି କହିଥିବା ବେଳେ ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା ବୋଲି ଆଜି ପୁଲିସ୍ କହିଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୁଲିସ୍ ଏହି ତଥ୍ୟ ଦେଇଛି।
ଝିଅଟିର ବାପା ତାଙ୍କ ଏଫ୍ଆଇଆରରେ ସେହି ଗାଁର ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ପୂର୍ବଶତ୍ରୁତାରୁ ଉକ୍ତ ବ୍ୟକ୍ତି ତାଙ୍କ ଝିଅକୁ ଅପହରଣ କରି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ଏକ ଚାରି ଜଣିଆ ଟିମ୍ ଗଠନ କରିଛି।
ଏହା ପୂର୍ବରୁ ଜଣେ ୧୭ ବର୍ଷର ଝିଅକୁ ଏହି ଜିଲ୍ଲାରେ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା। ଏକ ଶୁଖିଲା ପୋଖରୀରରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ତା’ପୂର୍ବରୁ ଜଣେ ୧୩ ବର୍ଷର ଝିଅକୁ ଦୁଷ୍କର୍ମ କରି ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହି ଦୁଇଟି ଘଟଣା ପରେ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ କ୍ଷମତାସୀନ ଥିବା ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟର ଆଇନ ଓ ଶୃଙ୍ଖଳା ସ୍ଥିତି ଉପରେ ସେମାନେ ପ୍ରଶ୍ନ ଉଠାଇଥିଲେ।
The post ୩ ବର୍ଷ ଝିଅକୁ ଦୁଷ୍କର୍ମ କରି ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/2Gt30nA
No comments:
Post a Comment