ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଆଜି ମୁମ୍ବାଇରୁ ମନାଲି ଯାଇଛନ୍ତି, ଯେଉଁଠି ତାଙ୍କ ପରିବାର ରହନ୍ତି। ତେବେ ମୁମ୍ବାଇ ଛାଡ଼ିବା ବେଳେ ସେ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ମନଦୁଃଖରେ ମୁମ୍ବାଇ ଛାଡ଼ି ଯାଉଥିବା କଥା ଲେଖିଛନ୍ତି। ତା’ସହିତ ଗତ କିଛି ଦିନ ହେଲାଣି ତାଙ୍କୁ କେଉଁଭଳି ଭାବେ ହଇରାଣ କରାଯାଉଛି, ତାହା ବି ଲେଖିଛନ୍ତି। ସେହିପରି ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିବା କିଛି ଭୁଲ୍ ନଥିଲା ବୋଲି କହିଛନ୍ତି।
କଙ୍ଗନା ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି- ‘ମନଦୁଃଖରେ ମୁମ୍ବାଇରୁ ଯାଉଛି। ଯେମିତି ଢଙ୍ଗରେ ଆଜିକାଲି ଲଗାତାର ଆକ୍ରମଣ କରି ଆତଙ୍କିତ କରାଯାଉଛି, ଗାଳି ଦିଆଯାଉଛି, ମୋ ଅଫିସ୍ ପରେ ମୋ ଘରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି, ମୋ ଚାରିପଟେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସୁରକ୍ଷାକର୍ମଚାରୀ ଅଛନ୍ତି, ତାହା ଦେଖି କହିବାକୁ ପଡ଼ିବ ଯେ ପିଓକେ ନେଇ ମୋ ମନ୍ତବ୍ୟ ଠିକ୍ ଥିଲା।’
जब रक्षक ही भक्षक होने का एलान कर रहे हैं धड़ियाल बन लोकतंत्र का चीरहरण कर रहे हैं,
मुझे कमज़ोर समझ कर
बहुत बड़ी भूल कर रहे हैं!
एक महिला को डरा कर उसे नीचा दिखाकर,
अपनी इमेज को धूल कर रहे हैं!!— Kangana Ranaut (@KanganaTeam) September 14, 2020
ସେହିପରି ଅନ୍ୟ ଏକ ଟ୍ୱିଟ୍ କରି କଙ୍ଗନା କହିଛନ୍ତି ଯେ ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି ଓ ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି। ତେବେ ସେମାନେ ତାଙ୍କୁ ଦୁର୍ବଳ ଭାବି ବଡ଼ ଭୁଲ୍ କରୁଛନ୍ତି।
ସୂଚନାଯୋଗ୍ୟ, ମୁମ୍ବାଇକୁ ପାକିସ୍ତାନ ସହିତ ତୁଳନା କରିବା ପରେ ଶିବସେନା ଟାର୍ଗେଟ୍ରେ ରହିଛନ୍ତି କଙ୍ଗନା। ବିଏମ୍ସି ଏବେ ଶିବସେନା ନେତୃତ୍ୱରେ ଥିବା ବେଳେ କଙ୍ଗନାଙ୍କ ଅଫିସ୍ର କିଛି ଅଂଶକୁ ବେଆଇନ ଦର୍ଶାଇ ଭାଙ୍ଗି ଦିଆଯାଇଛି। ଏହି ଘର ଭଙ୍ଗାକୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ବିଜେପି ସମେତ ଅନେକ ବିରୋଧୀ ବିରୋଧ କରିଛନ୍ତି। ଏମିତିକି ମହାରାଷ୍ଟ୍ରର ମେଣ୍ଟ ସରକାରରେ ଏନ୍ସିପି ରହିଥିବା ବେଳେ ଏହାର ମୁଖ୍ୟ ଶରଦ ପାୱାର ଏ ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୃହ ମନ୍ତ୍ରାଳୟ କଙ୍ଗନାଙ୍କୁ ୱାଇ ବର୍ଗର ସୁରକ୍ଷା ଯୋଗାଇ ଦେଇଛି, ଯେଉଁଥିରେ ୧୧ ଜଣ ସଶସ୍ତ୍ର ପୁଲିସ୍ କର୍ମଚାରୀ ରହିଛନ୍ତି।
The post ମନଦୁଃଖରେ ମୁମ୍ବାଇ ଛାଡ଼ିଲେ କଙ୍ଗନା appeared first on Odisha Reporter.
from Odisha Reporter https://ift.tt/3hB5s8x
No comments:
Post a Comment