ଡ୍ରଗ୍ସ ଲିଙ୍କ୍: ରିଆ ୨୫ ଜଣ ବଲିଉଡ୍‌ ଷ୍ଟାରଙ୍କ ନାଁ କହିଥିବା କଥା ମିଛ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଡ୍ରଗ୍ସ ଲିଙ୍କ୍: ରିଆ ୨୫ ଜଣ ବଲିଉଡ୍‌ ଷ୍ଟାରଙ୍କ ନାଁ କହିଥିବା କଥା ମିଛ!

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତାଙ୍କୁ ଗିରଫ କରିଥିବା ବେଳେ ସେ ଏବେ ଜେଲ୍‌ରେ ଅଛନ୍ତି। ତେବେ ରିଆଙ୍କୁ ଏନ୍‌ସିବି ଜେରା କରୁଥିବା ବେଳେ ଖବର ଆସିଥିଲା ଯେ ସେ ବଲିଉଡ୍‌ର ପ୍ରାୟ ୨୫ ଜଣ ବଡ଼ ସେଲେବ୍ରିଟିଙ୍କ ନାଁ କହିଛନ୍ତି, ଯେଉଁମାନେ ଡ୍ରଗ୍ସ ବିକ୍ରେତାଙ୍କ ସଂସ୍ପର୍ଶରେ ଅଛନ୍ତି ତଥା ଡ୍ରଗ୍ସ ସେବନ କରନ୍ତି। ଆଉ ସେମାନଙ୍କୁ ଜେରା କରିବାକୁ ତାଲିକା ପ୍ରସ୍ତୁତ କରୁଛି ଏନ୍‌ସିବି। ତେବେ ଏନ୍‌ସିବିର ଉପ-ନିର୍ଦ୍ଦେଶକ କେପିଏସ୍ ମଲହୋତ୍ରାଙ୍କ ସୂଚନା ଆଧାରରେ ଫ୍ରୀ ପ୍ରେସ୍ ଜର୍ଣ୍ଣାଲ୍ ଏହି ଖବର ମିଛ ବୋଲି ପ୍ରକାଶ କରିଛି।

ଏହି ରିପୋର୍ଟ ଅନୁଯାୟୀ, ଏନ୍‌ସିବି ଉପ-ନିର୍ଦ୍ଦେଶକ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେମିତି କିଛି ତାଲିକା ପ୍ରସ୍ତୁତ କରାଯାଇନାହିଁ। ସେ କହିଛନ୍ତି ଡ୍ରଗ୍ସ ବିକ୍ରି କରୁଥିବା ଓ ଚାଲାଣ କରୁଥିବା ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ବୋଧେ ଏହାକୁ ସମସ୍ତେ ବଲିଉଡ୍ ତାରକାମାନଙ୍କ ତାଲିକା ବୋଲି ଭାବି ନେଇଛନ୍ତି।

ପୂର୍ବରୁ କୁହାଯାଇଥିଲା ଯେ ରିଆ ବଲିଉଡ୍‌ର ୨୫ ଜଣ ଟପ୍ ସେଲେବ୍ରିଟିଙ୍କ ନାଁ କହିଥିବା ବେଳେ ଏନ୍‌ସିବି ସେମାନଙ୍କର ଡ୍ରଗ୍ସ ଲିଙ୍କ୍ ନେଇ ପ୍ରାଥମିକ ତଦନ୍ତ କରିବା ପରେ ଜଣ ଜଣ କରି ଜେରା କରିବାକୁ ଡାକିବ। ଏହି ତାଲିକାରେ ବଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ ସହିତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ରହିଛି। ଏପରିକି ସାରା ଅଲ୍ଲୀ ଖାନ୍‌ ଓ ରକୁଲ ପ୍ରୀତ୍ ସିଂହଙ୍କୁ ଏନ୍‌ସିବି ଜେରା କରିବ ବୋଲି ଖବର ପ୍ରକାଶିତ ହୋଇଥିଲା।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ କଥା ଉଠିବା ପରେ ଏନ୍‌ସିବି ଏହାର ତଦନ୍ତ କରୁଛି। ଏନ୍‌ସିବି ରିଆଙ୍କ ସହିତ ତାଙ୍କ ଭାଇ ସୌଭିକ ଓ ଆଉ କିଛି ଲୋକଙ୍କୁ ଗିରଫ କରିଛି। ରିଆଙ୍କୁ ସେପ୍ଟେମ୍ବର ୮ ତାରିଖରେ ଗିରଫ କରାଯାଇଥିବା ବେଳେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସେ ଦୁଇ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ, ସେଗୁଡ଼ିକ ଖାରଜ ହୋଇଯାଇଛି। ଫଳରେ ସେ ଭାୟଖଲା ଜେଲ୍‌ରେ ଅଛନ୍ତି।

The post ଡ୍ରଗ୍ସ ଲିଙ୍କ୍: ରିଆ ୨୫ ଜଣ ବଲିଉଡ୍‌ ଷ୍ଟାରଙ୍କ ନାଁ କହିଥିବା କଥା ମିଛ! appeared first on Odisha Reporter.



from Odisha Reporter https://ift.tt/2DXWC6V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages