ମସ୍କୋ: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଋଷ ପକ୍ଷରୁ ଔଷଧ ବାହାର କରାଯାଇଛି । ସାମାନ୍ୟରୁ ମଧ୍ୟମ ଧରଣ ଲକ୍ଷଣ ଥିବା ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର ହେବ । ଏଥିପାଇଁ ଋଷ ପକ୍ଷରୁ ଅନୁମତି ମଧ୍ୟ ଦିଆଯାଇଛି । ଆସନ୍ତା ସପ୍ତାହ ସୁଦ୍ଧା କରୋନା ଔଷଧ ‘କରୋନାଭିର’ ବଜାରରେ ଉପଲବ୍ଧ ହେବ । ଋଷ କଂପାନୀ ଆର. ଫାର୍ମ ପକ୍ଷରୁ ଏହା କୁହାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଏହି ଔଷଧକୁ ଜୁଲାଇ ମାସରେ ପ୍ରଥମଥର ପାଇଁ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା । ଏହାପରେ ୧୬୮ଜଣ ଆକ୍ରାନ୍ତଙ୍କଠାରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା ।
କରୋନା ପାଇଁ ଔଷଧ ଘୋଷଣା କରିବାରେ ଋଷ ଆଗରେ ରହିଛି । ପୂର୍ବରୁ ମେ ମାସରେ ଋଷ ପକ୍ଷରୁ ‘ଆଭିଫାଭିର’ ଔଷଧ ପ୍ରସ୍ତୁତ କରାଯାଇଛି । ଏଥିସହ ‘ସ୍ପୁଟନିକ V’ ଟିକା ଯୋଗାଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ସହ ଋଷ ପକ୍ଷରୁ ବୁଝାମଣା କରାଯାଇଛି।
The post ଖୁବ୍ ଶୀଘ୍ର ବଜାରରେ ମିଳିବ କରୋନା ଔଷଧ ‘କରୋନାଭିର’ appeared first on Odisha Reporter.
from Odisha Reporter https://ift.tt/3iFHYjL
No comments:
Post a Comment