୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀ NCR ସମେତ ଦେଶର ଅନ୍ୟ କିଛି ସ୍ଥାନରେ ବଡ଼ ଧରଣ ଆତଙ୍କବାଦୀ ହମଲା ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA)। ଦେଶର ବିଭିନ୍ନ ସ୍ଥାନରେ ଏନ୍ଆଇଏ ଅଧିକାରୀମାନେ ଚଢ଼ଉ କରି ୯ ଜଣ ଅଲ୍-କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି।

ଏହି ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ଖବର ପାଇ ଏନ୍ଆଇଏ ପକ୍ଷରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କେରଳର ଏର୍ଣ୍ଣାକୁଲମରେ ଏକକାଳୀନ ଚଢ଼ଉ କରାଯାଇଥିଲା।

ଏର୍ଣ୍ଣାକୁଲମରୁ ୩ ଜଣଙ୍କୁ ଓ ମୁର୍ଶିଦାବାଦରୁ ୬ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କଠାରୁ ଡିଜିଟାଲ ସାମଗ୍ରୀ ସହିତ ଦସ୍ତାବିଜ, ଜିହାଦି ସାହିତ୍ୟ, ଧାରୁଆ ଅସ୍ତ୍ରଶସ୍ତ୍ର ଓ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଏହି ଆତଙ୍କବାଦୀମାନେ ଅଲ୍-କାଏଦା ପାଇଁ ପାଣ୍ଠି ସଂଗ୍ରହରେ ସକ୍ରିୟ ଭୂମିକା ତୁଲାଉଥିଲେ। ସେମାନେ ଦିଲ୍ଲୀରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଯୋଜନା କରିଥିଲେ।

The post ୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା appeared first on Odisha Reporter.



from Odisha Reporter https://ift.tt/33Le2N3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages