ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଘାଟ ଗ୍ରାମର ପାରମସାହିରୁ ଗତକାଲି ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳ କୌଣସି ରୋଗ କାରଣରୁ ତା’ର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସଗଡଭଙ୍ଗା ମେଢାମାରୁଣୀ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଥିଲା।
The post ଦନ୍ତା ହାତୀର ମୃତଦେହ ଠାବ appeared first on Odisha Reporter.
from Odisha Reporter https://ift.tt/3cviR0U
No comments:
Post a Comment