ଜଳିଗଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

ଜଳିଗଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍‌

ରାଉରକେଲା (ସତ୍ୟାନଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନରେ ଗତକାଲି ନିଆଁ ଲାଗିଯିବାରୁ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଭ୍ୟାନ୍‌ରେ ଥିବା ଡ୍ରାଇଭର ଏବଂ ହେଲପର କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଛନ୍ତି । ଗୋରୁମାନେ ବିଶେଷ ଆହତ ହୋଇ ନ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଗୋରୁ ବୋଝେଇ ଭ୍ୟାନ୍‌ଟି ରାଉରକେଲା ଆଡକୁ ଆସୁଥିବା ବେଳେ ବ୍ରାହ୍ମଣୀ ବ୍ରିଜ ଉପରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଇଞ୍ଜିନରେ ନିଆଁ ଲାଗିବାରୁ ଡ୍ରାଇଭର, ହେଲପର ଗାଡିରୁ ଡେଇଁ ପଡିଥିଲେ। ଏହାପରେ ଗାଡିରୁ ଗାଈଗୁଡିଙ୍କୁ ବାହାର କରିଦେଇ ଫେରାର ହୋଇଯାଇଥିଲେ ।

ରଘୁନାଥପାଲି ଥାନା ପୁଲିସ୍‌ ଗାଡିଟିକୁ ଜବତ କରି ଗାଈଗୁଡିଙ୍କୁ ଗୋଶାଳାକୁ ପଠାଇ ଦେଇଛି।

 

 

The post ଜଳିଗଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍‌ appeared first on Odisha Reporter.



from Odisha Reporter https://ift.tt/3iXfJNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages