ରୋଗୀକୁ ନେଇ ଫେରୁଥିଲା ଆମ୍ବୁଲାନ୍ସ, ଓଲଟି ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

ରୋଗୀକୁ ନେଇ ଫେରୁଥିଲା ଆମ୍ବୁଲାନ୍ସ, ଓଲଟି ପଡ଼ିଲା

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ରୋଗୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ ଡ୍ରାଇଭର ଛୁ ମାରିଥିବା ବେଳେ ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।  ଆହତଙ୍କ ମଧ୍ୟରେ ରୋଗୀ, ତାଙ୍କ ପତ୍ନୀ ଓ ୨ ପୁଅ ଅଛନ୍ତି।

ସୂଚନାଯୋଗ୍ୟ, ଭୋଗରାଇ ନହରା ଗାଁର ଭବଶଙ୍କର ମିଶ୍ରଙ୍କୁ ପରିବାର ଲୋକେ କଟକ ଆଣିଥିଲେ। କଟକରୁ ଫେରିବା ବାଟରେ  ଭୋର ୪.୩୦ ରେ  ରାହାଞ୍ଜ ଛକ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା।  ଏହି ଦୁର୍ଘଟଣାରେ  ଭବଶଙ୍କରଙ୍କ ସମେତ ତାଙ୍କ ୨ ପୁଅ ସୁଶାନ୍ତ ମିଶ୍ର,  ସୁମନ୍ତ ମିଶ୍ର ଓ  ପତ୍ନୀ ଶାନ୍ତିଲତା ମିଶ୍ର  ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

The post ରୋଗୀକୁ ନେଇ ଫେରୁଥିଲା ଆମ୍ବୁଲାନ୍ସ, ଓଲଟି ପଡ଼ିଲା appeared first on Odisha Reporter.



from Odisha Reporter https://ift.tt/3kOKpRB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages