‘ଟିକା ସମସ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

‘ଟିକା ସମସ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’

ନୂଆଦିଲ୍ଲୀ: କରୋନାର ସଫଳ ଟିକା ସାରା ଦେଶରେ ପହଞ୍ଚିବା ବେଳକୁ ମୃତ୍ୟୁସଂଖ୍ୟା ୨୦ ଲକ୍ଷ ହୋଇଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ ଶୁକ୍ରବାର ଦିନ ଏଭଳି କହିଛନ୍ତି। ଯଦି କରୋନାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନିଆ ନ ଯାଏ ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।

WHO ର ଜରୁରୀକାଳୀନ ମୁଖ୍ୟ ମାଇକ୍ ରିୟାନ୍ କହିଛନ୍ତି ଯେ ସଂକ୍ରମଣର ବୃଦ୍ଧି ପାଇଁ ଯୁବକମାନେ ଦାୟୀ ହେବା ଉଚିତ୍ ନୁହେଁ। ହେଲେ ଲକଡାଉନ୍ ହଟାଇ ଦେବାରୁ ଯୁବକ ଯୁବତୀମାନେ କରୋନାକୁ ସଂପ୍ରସାରିତ କରି ଦେଲେ’।

WHO ଟିକାକୁ କିଭଳି ସାରା ବିଶ୍ୱରେ ଶୀଘ୍ର ପହଞ୍ଚିବ ସେ ନେଇ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହାର ନାମ COVAX ରହିଛି। କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ଯାଞ୍ଚ କରିବାକୁ WHO ଏକ ଚୁକ୍ତିନାମା ପ୍ରକାଶ କରିଛି। ଯାହା ଟିକା ଉପରେ କରାଯାଉଥିବା ମାନବ ପରୀକ୍ଷଣରେ ଫାର୍ମା କମ୍ପାନୀଗୁଡିକୁ ସାହାଯ୍ୟ କରିବ। ଏହି ଡକ୍ୟୁମେଣ୍ଟ ଲୋକଙ୍କ ପାଇଁ ୮ ଅକ୍ଟୋବର ପର୍ଯ୍ୟନ୍ତ ଉପଲବ୍ଧ ହେବ।

WHOର ବରିଷ୍ଠ ପରାମର୍ଶଦାତା ବ୍ରୁସ୍ ଅଏଲୱାର୍ଡ ଏହା କହିଛନ୍ତି। WHO କାର୍ଯ୍ୟକ୍ରମରେ ତାଇୱାନର ସମ୍ପୃକ୍ତିକୁ ସେ ସୁନିଶ୍ଚିତ କରିଛନ୍ତି। ହେଲେ ତାଇୱାନ WHO ର କିନ୍ତୁ ସଦସ୍ୟ ଦେଶ ନୁହେଁ। WHOର COVAX କାର୍ଯ୍ୟକ୍ରମରେ ୧୫୯ଟି ଦେଶ ଏଯାବତ ଯୋଗ ଦେଇଛନ୍ତି। ହେଲେ ୩୪ ଟି ଦେଶ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି।

The post ‘ଟିକା ସମସ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’ appeared first on Odisha Reporter.



from Odisha Reporter https://ift.tt/3i4Xuoe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages